ରାଜ୍ୟ

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ୨ ବର୍ଷ ୯ ମାସର କୁନି ଝିଅ, ବୁଦ୍ଧି କହିଲେ ନସରେ

ଉମରକୋଟ(କେନ୍ଯୁଜ୍): ବୟସ ସିନା ସାନ ହେଲେ ବୁଦ୍ଧି ଏକଦମ୍‌ ଉଚ୍ଚକୋଟୀର। ଖୁବ୍ କମ୍‌ ବୟସରୁ କିଛି ବଡ କରିବାର ନିଶା। ଦର୍ଶକବନ୍ଧୁ କଥାରେ ଅଛି ପ୍ରତିଭା କେବେ ଲୁଚି ରହେନା। ଦିନେ ନା ଦିନେ ବିକଶିତ ହୋଇଥାଏ । ସେ ପ୍ରତିଭା ବୟସ୍କ ଲୋକଙ୍କ ଠାରେ ଥାଉ ବା ଛୋଟ ପିଲାଙ୍କ ଠାରେ । ଏମିତି ଏକ ଅନନ୍ଯ ପ୍ରତିଭା ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ର କୁନି ଝିଅ ଏଞ୍ଜେଲ ଜିଜ୍ଞାସା ପ୍ରିୟାନ୍ସି।

ଉପାନ୍ତ ଅଞ୍ଚଳର କୁନି ପ୍ରତିଭା ଏବେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇ ଚର୍ଚ୍ଚାରେ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ଏକ ଉପାନ୍ତ ଅଞ୍ଚଳ ଭାବରେ ପରିଚିତ। କିନ୍ତୁ ଏହି ଅଞ୍ଚଳଟି କନି ପ୍ରତିଭାଙ୍କ ଅସାଧାରଣ ଜ୍ଞାନ ଯୋଗୁ ଅଞ୍ଚଳଟି ସବୁ ବେଳେ ଚର୍ଚ୍ଚା ରେ ରହିଛି। ବର୍ତ୍ତମାନ ମାତ୍ର ୨ ବର୍ଷ ୯ ମାସ ର ଝିଅ ଏଞ୍ଜେଲ ଜିଜ୍ଞାସା ପ୍ରିୟାନ୍ସି ନିଜର ଆସାଧରଣ ଜ୍ଞାନ ପାଇଁ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି।

ଏଞ୍ଜେଲଙ୍କ ଅସାଧାରଣ ଜ୍ଞାନ ବିଷୟରେ ମାତ୍ର ଦେଢ଼ ବର୍ଷ ବୟସ ରୁ ଜଣା ପଡ଼ିଥିଲା ବୋଲି କହିଛନ୍ତି ପରିବାର ଲୋକେ। ଏଞ୍ଜେଲଙ୍କ ବାପା ନରେନ୍ଦ୍ର କୁମାର ହରିଜନ ଶିକ୍ଷକତା କରୁଥିବା ବେଳେ , ମାତା ଝାନ୍ସି ରାଣୀ ଠାକୁର ଗୃହିଣୀ ଅଟନ୍ତି। ଏଞ୍ଜେଲ ବର୍ତମାନ ପର୍ଯ୍ଯନ୍ତ ପାଠ ପଢିବା ପାଇଁ ସ୍କୁଲ ଯାଇ ନାହାଁନ୍ତି। ଉମରକୋଟ ସହର ର କୁସୁମଗୁଡା ସାହିରେ ସେ ପରିବାର ସହ ରୁହନ୍ତି। ତେବେ ଏଞ୍ଜେଲ ଙ୍କ ଆସାଧାରଣ ପ୍ରତିଭା ହେଲା ସେ ଏକା ଥରକେ ୧୧ ଟି ଇଂରାଜୀ ଗୀତ, ଆଲ୍ଫା ବେଟ ରେ A ରୁ Z ପର୍ଯ୍ଯନ୍ତ ପଢୁଛନ୍ତି ଓ ପ୍ରତି ଅକ୍ଷରର ଅର୍ଥ ବୁଝାଇ ପାରୁଛନ୍ତି।

ଖାଲି .ସେତିକି ନୁହେଁ ମହା ମୃତ୍ୟୁଞ୍ଜୟ ମନ୍ତ୍ର,ଗଣେଷ ବନ୍ଦନା, ସାଇ ମନ୍ତ୍ର, ଗାୟତ୍ରୀ ମନ୍ତ୍ର, ହନୁମାନ ଚାଳିସା, ଏବଂ ଜାତୀୟ ସଙ୍ଗୀତ, ଦଶ ପ୍ରକାର ଆକୃତି ଓ ରଙ୍ଗ ଚିନ୍ହି ପାରୁଛନ୍ତି। ଏଞ୍ଜେଲ ଙ୍କ ପିତା ଅଗଷ୍ଟରେ ଅନ ଲାଇନରେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ ର ପ୍ରତିଯୋଗିତା ବିଷୟରେ ଜାଣି ପାରିଥିଲେ ଓ ଆବେଦନ କରିଥିଲେ। ୨୩ ସେପ୍ଟେମ୍ବର୍‌ ରେ ଦିଲ୍ଲୀ ସ୍ଥିତ ସଂସ୍ଥା ପକ୍ଷରୁ ତଥ୍ଯ ମାଗାଯାଇଥିଲା । ମାଗିଥିବା ବିବରଣୀ ଅନୁଯାୟୀ ପିତା ସମସ୍ତ ଭିଡିଓ ଓ ତଥ୍ଯ ଅନ୍‌ ଲାଇନ ରେ ଅପଲୋଡ କରିଥିଲେ।

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ ପକ୍ଷରୁ ଅକ୍ଟୋବର ୮ ତାରିଖ ରେ ଭିଡିଓ କଲିଙ୍ଗ ମାଧ୍ୟମରେ ପରୀକ୍ଷା କରାଇଥିଲେ ଓ ଉପରୋକ୍ତ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ ଏଞ୍ଜେଲ । ଗତ ମାସ ୧୧ ତାରିଖ ରେ ଏଞ୍ଜେଲ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଥିବା କଥା ସଂସ୍ଥା ପକ୍ଷରୁ ଜାଣିବା ପାଇଥିଲେ। ଏହାପରେ ଗତକାଲି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ ତରଫରୁ ଏଞ୍ଜେଲ ଙ୍କ ନିକଟ କୁ ମେଡାଲ, ମାନପତ୍ର, ଷ୍ଟିକର, ବେଜ, ଇତ୍ୟାଦି ପହଞ୍ଚିଥିଲା।

ଉମରକୋଟ ଏକ ଉପାନ୍ତ ଅଞ୍ଚଳ ଭାବରେ ପରିଚିତ। କିନ୍ତୁ ଏହି କୁନି ପ୍ରତିଭାଙ୍କ ଅସାଧାରଣ ଜ୍ଞାନ ଯୋଗୁ ଆଜି ଏ ଅଞ୍ଚଳ ଚର୍ଚ୍ଚାରେ । ଏଞ୍ଜେଲଙ୍କ ଏହି ସଫଳତା ପଛରେ ପରିବାରର ସମସ୍ତ ସଦସ୍ଯଙ୍କ ଆର୍ଶିବାଦ ରହିଛି । ଏଞ୍ଜେଲଙ୍କର ଏହି ପ୍ରତିଭା ପ୍ରଚାରିତ ହେବା ପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି ।

 

 

Sonalisa

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

8 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

22 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

37 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

47 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

58 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago