ରାଜ୍ୟ

ଯାଜପୁର: ଗାଧୋଇବା ହେଲା କାଳ, ନଦୀରେ ବୁଡି ଦୁଇ ଯୁବକଙ୍କ ସଲିଳ ସମାଧି

ଯାଜପୁର(କେନ୍ୟୁଜ୍):  ନଦୀରେ ବୁଡି ଦୁଇ ଯୁବକଙ୍କ ସଲୀଳ ସମାଧି। ଏଭଳି ଅଭାବନୀୟ ଘଟଣା ଘଟିଛି ବରୀ ବ୍ଲକ ଶଙ୍କରାକୂଳ ଗାଁ ନିକଟ ବ୍ରାହ୍ମଣୀ ନଦୀ ପଠାରେ। ମୃତ ଯୁବକ ଦ୍ୱୟ ବାଲିଆ ଗ୍ରାମର ଶରତ ମିଶ୍ରଙ୍କ ପୁଅ ସୁନୀଲ ମିଶ୍ର (୨୩) ଏବଂ କାଳନ୍ଦୀ ପଣ୍ଡାଙ୍କ ପୁଅ ଜିତେନ୍ଦ୍ର ପଣ୍ଡା (୧୮) ବୋଲି ଜଣାପଡିଛି। ଆଜି ଦିନ ୧୧ଟା ସମୟରେ ଦୁଇ ଯୁବକ ଗାଧୋଉ ଥିବା ସମୟରେ ଅସାବଧାନତା ବଶତଃ ନଦୀରେ ବୁଡି ଯାଇଥିଲେ।

ଏହି ଖବର ପାଇ ସ୍ଥାନୀୟ ଲୋକେ ନଦୀରେ ଖୋଜାଖୋଜି ଆରମ୍ଭ କରି ଦେଇଥିଲେ। ବୁଡିବାର ଘଣ୍ଟାକ ପରେ ପ୍ରଥମେ ଗ୍ରାମବାସୀଙ୍କ ଦ୍ବାରା ଜିତେନ୍ଦ୍ର ଉଦ୍ଧାର ହୋଇଥିଲେ। ପରେ ବରୀ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ସୁନୀଲକୁ ଉଦ୍ଧାର କରିଥିବା ଜଣାଯାଇଛି। ଦୁଇ ଜଣ ଯୁବକଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

KNews Bureau

Recent Posts

ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ, SCB ମେଡିକାଲରେ ଭର୍ତ୍ତି

କଟକ (କେନ୍ୟୁଜ): କଟକ scb ବଡ଼ ମେଡିକାଲରେ ଭର୍ତ୍ତି ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।  ସ୍ୱାସ୍ଥ୍ୟ ଅବସ୍ଥା ଖରାପ…

46 mins ago

ଜୟପୁର ସହରରୁ ଜବତ ହୋଇଛି ମାଳ ମାଳ ନକଲି ଗୁଟୁଖା ! ବ୍ୟବସାୟୀ କହୁଛନ୍ତି ‘ମୁଁ କିଛି ଜାଣିନି’

ଜୟପୁର(କେନ୍ୟୁଜ): ହୋଇଯାଆନ୍ତୁ ସାମଧାନ । ବିଡ଼ି, ସିଗାରେଟ, ଗୁଟୁଖା,ଖଇନି ଖାଉଥିଲେ ଚାଲିଯିବ ଜୀବନ । କାଳ ସାଜିପାରେ ଗୁଟୁଖା ଖାଇବା…

47 mins ago

ପେଟ୍ରୋଲ-ଡିଜେଲ ଦର : ଚେକ୍ କରନ୍ତୁ ମୂଲ୍ୟରେ କେତେ ହେଲା ପରିବର୍ତ୍ତନ

ଭୁବନେଶ୍ୱର ପେଟ୍ରୋଲ ଦରରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ଦେଶ ଅନ୍ୟ କିଛି ସ୍ଥାନରେ ଦର ଖସି…

1 hour ago

ପୁଣି ବଢିଲା ସୁନା ଦର, ଏବେ କିଣି ନିଅନ୍ତୁ ଆଗକୁ ଆହୁରି ବଢିବ!

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

2 hours ago

ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍; ଜଣେ ମୃତ, ୧୦ ଆହତ

ଯାଜପୁର (କେନ୍ୟୁଜ): ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍ । ଜଣେ ମୃତ, ୧୦ ଆହତ । ଯାଜପୁର ୧୬ନଂ…

2 hours ago

ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା, ଶେଷ ହେବ ତିନି ରଥର ଚକ ଅଖ ଡେରା ନୀତି

ପୁରୀ (କେନ୍ୟୁଜ): ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା । ଶ୍ରୀକ୍ଷେତ୍ରରେ ସମ୍ପୂର୍ଣ୍ଣ ହେବ ତିନି ରଥର ଚକ ଅଖ ଡେରା…

2 hours ago