ବାହାନଗା ରେଳ ଫାଟକ ନିକଟରେ ଦୁର୍ଘଟଣା, ଟ୍ରେନ୍ ଧକ୍କାରେ ଚାଲିଗଲା ୨ ଯୁବକଙ୍କ ଜୀବନ

ସୋର : ଟ୍ରେନ୍ ଧକ୍କାରେ ଚାଲିଗଲା ୨ ଯୁବକଙ୍କ ଜୀବନ । ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାହାନଗା ଦାଣ୍ଡହରିପୁର ରେଳ ଫାଟକ ନିକଟରେ । ପୁରୀ-ହାୱଡ଼ା ଏକ୍ସପ୍ରେସ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ଯୁବକଙ୍କର ପରିଚୟ ଜଣାପଡିନାହିଁ।
ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଦୁଇଜଣ ଯୁବକ ଏକ ବାଇକ ଯୋଗେ ଆସୁଥିବା ବେଳେ ରେଳ ଫାଟକ ପଡ଼ିଥିବାରୁ ଛିଡ଼ାହୋଇଥିଲେ। ହଠାତ ପଛରେ ବସିଥିବା ଯୁବକ ଜଣଙ୍କ ଟ୍ରେନ ସମ୍ମୁଖକୁ ଦଉଡ଼ି ଆସିଥିଲେ । ଏତିକି ବେଳେ ଅନ୍ୟ ଜଣେ ତାଙ୍କୁ ବଞ୍ଚାଇବାକୁ ଯାଇଥିଲେ । ଏହି ସମୟରେ ପୁରୀରୁ ହାୱଡ଼ା ଅଭିମୁଖେ ଯାଉଥିବା ସୁପରଫାଷ୍ଟ ଏକ୍ସପ୍ରେସ ଉଭୟଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଉଭୟଙ୍କ ଶରୀରର ଖଣ୍ଡଖଣ୍ଡ ହୋଇ ପଡ଼ିଥିଲା । ଆଜି ସକାଳେ ଦାଣ୍ଡହରିପୁର ରେଳ ଫାଟକ ନିକଟରେ ଯୁବକ ଦ୍ୱୟଙ୍କର ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏନେଇ ଜିଆରପିକୁ ଖବର ଦେଇଥିଲେ । ଜିଆରପି ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି ।