ନିରୁପାୟ ହୋଇଗଲା ମା: ହାତ ଧରାଧରି ହୋଇ କୂଅରେ ପଡିଲେ ଓ ଦୂନିଆ ଛାଡିଦେଲେ ଦୁଇଭାଇ, ସିସିଟିଭି ରେକର୍ଡ ହେଲା ଛାତି ଥରା ଦୃଶ୍ୟ

ସମ୍ବଲପୁର(କେନ୍ୟୁଜ୍):କୂଅ ଭିତରେ ଖସିପଡି ମା ସମ୍ମୁଖରେ ଚାଲିଗଲା ଦୁଇ ପୁଅଙ୍କ ଜୀବନ ।ଏଭଲି ହୃଦୟ ବିଦାରକ ଦୃଶ୍ୟ ସମ୍ଵଲପୁରରୁ ସାମ୍ନାକୁ ଅସିଛି । ସହର ଲକ୍ଷ୍ମୀ ଟକିଜ ଛକ ନିକଟର ଏକ କୂଅ ଚାନ୍ଦିନିରେ ବିଲମ୍ବିତ ରାତିରେ ଶୁଶିଲ ଓ ସୁନିଲ ତ୍ରିପାଠୀ  ଦୁଇ ଭାଇ କଥାବାତ୍ତା ହେଉଥିଲେ । ଏହି ସମୟରେ ତାଙ୍କ ମାଁ ମଧ୍ୟ ପହଂଚି କଥା ହୋଇଥିଲେ । ହେଲେ ଅଚାନକ ଦୁଇ ଭାଇ ମାଁ ସମ୍ମୁଖରେ କୂଅ ଭିତରକୁ ଖସି ପଡିଥିଲେ । ଭୟରେ ମାଁ ପାଖରେ କାହାକୁ ନ ପାଇ ଉଦ୍ଧାର କରିବା ନେଇ ଏପଟ ସେପଟ ହୋଇଥିଲେ ।

well

ପରେ ପଡୋଶୀ ଅଗ୍ନିଶମ ବିଭାଗ କୁ ଖବର ଦେବାରୁ ଅଗ୍ନିଶମ ବିଭାଗ ପହଞ୍ଚି ଦୁଇ ଭାଇଙ୍କୁ କୂଅ ଭିତରୁ ଉଦ୍ଧାର କରିଥିଲେ। ଉଭୟ ଙ୍କୁ ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା ହେଲେ  ଡାକ୍ତର ଦୁଇ ଭାଈଙ୍କୁ ମୃତ ଘୋଷଣା କରିଥିଲା । ଏ ସମସ୍ତ ଚିତ୍ର ପାଖରେ ଲାଗିଥିବା ଏକ ସିସିଟିଭି କ୍ୟାମେରା କଏଦ ହୋଇଛି ।  ତେବେ ପରିବାର ଏହି ଦୁଇ ଭାଇ ରୋଜଗାରିଆ ପୁଅ ଥିବା ବେଳେ ଏବେ ପରିବାର ବେସହାରା ହୋଇପଡିଛି । ତାଙ୍କ ମା ବାପା ମଧ୍ୟ ରୋଗିଣା ଅବସ୍ଥାରେ ରହିଛନ୍ତି । ମା ଆଖି ଆଗରେ ଦୁଇ ପୁଅଙ୍କ ମୃତ୍ୟୁ ହେବା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.