ବାଇକ୍ ଦୁର୍ଘଟଣାରେ ୨ଜଣ ଯୁବକ ଆହତ

ହିଞ୍ଜିଳି(କେନ୍ୟୁଜ୍‌): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ତାରାତାରିଣୀ ରୋଡ଼ ସ୍ଥିତ ହନୁମାନ ମନ୍ଦିର ନିକଟ ବାଇକ୍ ଦୁର୍ଘଟଣା ଘଟି ୨ଜଣ ଯୁବକ ଆହତ ହୋଇଛନ୍ତି । ଆହତଙ୍କ ପରିଚୟ ମିଳିନଥିବା ବେଳେ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ରେ ଚିକିତ୍ସା ପାଇଁ ମେଡିକାଲକୁ ପଠାଇଛନ୍ତି । ବାଇକ୍ ଚାଳକ ଭାରସାମ୍ୟ ହରାଇ ରାସ୍ତା କଡ ରେ ଥିବା କାନ୍ଥକୁ ପଟି ହୋଇଥିବା ଅନୁମାନ କରାଯାଉଥିବା ବେଳେ ଦୁର୍ଘଟଣା ରେ ବାଇକର ସମ୍ମୁଖ ଭାଗଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଛି ।

Leave A Reply

Your email address will not be published.