ସୁବର୍ଣ୍ଣପୁର: ରାମଦୋଳିରୁ ସେଲଫି ନେଲା ବେଳେ ଭାରସାମ୍ୟ ହରାଇ ପଡିଗଲେ ଦୁଇ ବ୍ୟକ୍ତି, ଜଣେ ମୃତ ଓ ଜଣେ ଗୁରୁତର

ସୁବର୍ଣ୍ଣପୁର(କେନ୍ୟୁଜ୍): ସେଲଫି ନେଲା ଜୀବନ। ରାମଦୋଳି ଖେଳୁଥିବା ବେଳେ ସେଲଫି ନେବା ପଡ଼ିଲା ମହଙ୍ଗା। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଧନୁଯାତ୍ରାରେ ଘଟିଛି ଏଭଳି ଅଘଟଣ। ସେଲଫି ନେଲାବେଳେ ଭାରସାମ୍ୟ ହରାଇ ଦୋଳିରୁ ୨ଜଣ ଖସି ପଡ଼ିଥିଲେ। ସେମାନଙ୍କୁ ସଙ୍ଗେ ସଙ୍ଗେ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଜଗା ବାରିକ ନାମକ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.