ବାପା ମାଆ ଛେଉଣ୍ଡ ଓ ଆର୍ଥିକ ଦୁର୍ବଳ ଥିବା ପୁଅ ଓ ଝିଅଙ୍କ ଗଣ ବିବାହ

ସମ୍ବଲପୁର : ସଜା ହେଇଛି ମଣ୍ଡପ । ତିଆରି ହୋଇଛି ଏକାଧିକ ବିବାହ ବେଦି । ଶୁଭା ଯାଉଛି ମନ୍ତ୍ରପାଠ ।  ଏହା ହେଉଛି ବିବାହ ଉତ୍ସବର । ଯେଉଁଠାରେ ଆୟୋଜିତ ହୋଇଛି ଗଣ ବିବାହ ।  ଯାହା ଖବର ମିଳିଛି କି, ଜେଏସଡବ୍ଲୁ କମ୍ପାନୀ ଭିତରେ ଆୟୋଜିତ ହୋଇଥିଲା ଏହି ଗଣ ବିବାହ । କମ୍ପାନୀ ତାର ସିଏସଆର ଆକ୍ଟିଭିଟିରେ ଏଭଳି ଏକ ମହତ କାର୍ଯ୍ୟ କରିଥିବା ଆକାଂକ୍ଷା ଲେଡିସ କ୍ଲବ ପକ୍ଷରୁ କୁହାଯାଇଛି ।

ସମ୍ବଲପୁର ଜେଏସଡବ୍ଲୁରେ ଥିବା ଆକାଂକ୍ଷା ଲେଡିସ କ୍ଲବର ଏହେଉଛି ଏକ ଅଭିନବ ପ୍ରୟାସ । କମ୍ପାନୀର ଆଖ ପାଖ ଅଞ୍ଚଳରେ ରହିଥିବା ଗ୍ରାମ ଗୁଡିକରେ ଥିବା ବିବାହ ଯୋଗ୍ୟ ପୁଅ ଓ ଝିଅଙ୍କୁ ପ୍ରଥମେ ଖୋଜା ଯାଇଥିଲା । ଯେଉଁମାନେ ଆର୍ଥିକ ଅନାଟନ ଯୋଗୁଁ ସେମାନଙ୍କ ପୁଅ ଝିଅଙ୍କ ବିବାହ କରି ପାରୁନଥିଲେ ତାଙ୍କର ବିବାହ ଏହି କ୍ଲବ୍ କରାଇଛି । ପୁଣି ବିବାହ ପରେ ଦାଣ୍ଡ ସୁନ୍ଦର ପାଇଁ ସମସ୍ତ ଘର କରଣା ସାମଗ୍ରୀ ମଧ୍ୟ ପ୍ରଦାନ କରାଯାଇଛି । ଏହିଁ ବିବାହ ପାଇଁ ଉକ୍ତ କ୍ଲବ ଦୀର୍ଘ ଦୁଇ ମାସରୁ ନିଜର ଚେଷ୍ଟା ଜାରି ରଖିଥିଲେ ।

ସେପଟେ ଏହି ବିବାହ ଉତ୍ସବକୁ ବେଶ ଯାକ ଯମକରେ ପାଳନ କରାଯାଇଛି । ୨୦ ଯୋଡ଼ା ଦମ୍ପତି ସେମାନଙ୍କ ବୈବାହିକ ଜୀବନର ଆଦ୍ୟ ପର୍ବକୁ ଏକ ଭିନ୍ନ ପରିବେଶରେ ଉତ୍ସାହର ସହ ପାଳନ କରିବା ସହ ବଡ଼ ଲୋକଙ୍କ ଆଶୀର୍ବାଦ ପାଇଛନ୍ତି । ଉକ୍ତ ଲେଡିସ କ୍ଲବର ସମସ୍ତ ସଦସ୍ୟ ଏଥିରେ ଭାଗ ନେଇଥିଲେ । ସେପଟେ ବିବାହ ପାଇଁ ଇଚ୍ଛା ଥିଲେ ମଧ୍ୟ ଟଙ୍କାର ଅଭାବ ଯୋଗୁଁ ବିବାହ ହୋଇ ପାରୁନଥିବା ଯୁବକ ଯୁବତୀ ମାନେ ସେମାଙ୍କର ବିବାହ ହୋଇପାରିଥିବାରୁ ବହୁତ ଖୁସି ବୋଲି କହିଛନ୍ତି ।

ସାମାଜିକ ରୀତିନୀତି ଓ ପରମ୍ପରା ସହ ସମ୍ପନ୍ନ ହୋଇଥିଲା ଏହି ଗଣ ବିବାହ । ତେବେ ବିବାହ କରିଥିବା ଏହି ଦମ୍ପତି ଏଭଳି ଆର୍ଥିକ ଦୁଃସ୍ଥିତିରେ ଥିବା ପରିବାରରୁ ଥିଲେ, ଯେଉଁମାନେ କି ନିଜର ବିବାହର ବ୍ୟୟ ଭାର ବହନ କରିବାକୁ ବି ସମ୍ଭବ ନଥିଲେ । ସମାଜର ସେହି ଆର୍ଥିକ ଅନଗ୍ରସର ଏବଂ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ଏଭଳି ଏକ ମହତ କାର୍ଯ୍ୟ କରିଥିବା ଏହି କ୍ଳବ୍ ସାଧାରଣରେ ବେଶ ପ୍ରଶଂସିତ ହୋଇଛି ।

Also read: ଫାର୍ମ ହାଉସ୍ ରେ ଗୁଳିମାଡ଼, ମାଲିକ ମୃତ