ଶୃଙ୍ଖଳିତ ହେବ ଆନନ୍ଦବଜାର, ମୁତୟନ ହେଲେ ୨୦ ଅବସରପ୍ରାପ୍ତ ସେନା

ପୁରୀ : ଶୃଙ୍ଖଳିତ ହେବ ଆନନ୍ଦବଜାର । ପୁରୀ ଶ୍ରୀମନ୍ଦିରରେ ମୁତୟନ ହେଲେ ଅବସରପ୍ରାପ୍ତ ସେନା । ଆନନ୍ଦ ବଜାରରେ ସଂସ୍କାର ଆଣିବା ଲାଗି ଆଜିଠାରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ୨ଟି ସିଫ୍ଟରେ ଆନନ୍ଦବଜାର ଜଗିବେ ସେନା କର୍ମଚାରୀ । ପ୍ରଥମ ସିଫ୍ଟରେ ୧୦ ଜଣ ସକାଳ ୬ଟାରୁ ୨ଟା ଓ ଦ୍ବିତୀୟ ସିଫ୍ଟରେ ଆଉ ୧୦ ଜଣ ରାତି ୧୦ଟା ପର୍ଯ୍ୟନ୍ତ ଜଗିବେ । ଆନନ୍ଦବଜାରରେ ବାସି ଅଭଡା ଏବଂ ଏଣେ ତେଣେ ବସି ମହାପ୍ରସାଦ ବିକ୍ରି କରିବା ଏବଂ ମହାପ୍ରସାଦ ବ୍ୟତୀତ ଅନ୍ୟ ପ୍ରସାଦ ବିକ୍ରି ଉପରେ ନଜର ରଖିବେ ଅବସର ପ୍ରାପ୍ତ ସେନା କର୍ମଚାରୀ l ଏମାନଙ୍କ ପାଇଁ ସ୍ବତନ୍ତ୍ର ଡ୍ରେସ୍ କୋଡ ମଧ୍ୟ ଲାଗୁ କରାଯାଇଛି ।