ସୁନ୍ଦରଗଡ଼: ଶିବରାତ୍ରି ଅବସରରେ ପୂଜା ଚାଲିଥିବା ବେଳେ ଅଘଟଣ, ପାହାଡ଼ରୁ ପଥର ଖସି ୨୦ରୁ ଅଧିକ ଆହତ

ସୁନ୍ଦରଗଡ଼: ଶିବରାତ୍ରିରେ ଅଘଟଣ । ପାହାଡ଼ରୁ ପଥର ଖସି ୨୦ରୁ ଅଧିକ ଆହତ । ସୁନ୍ଦରଗଡ଼ ଜିଲ୍ଲା ହାତୀବାରି ଥାନା କନ୍ଦରକେଲାରେ ପାହାଡ଼ ଉପରେ ଜଟିଆବାବା ମନ୍ଦିରରେ ଜାଗର ପାଇଁ ବହୁ ଲୋକଙ୍କ ସମାଗମ ହୋଇଥିବା ବେଳେ ଅଘଟଣ ଘଟିଛି । ପୂଜା ଚାଲିଥିବା ବେଳେ ପାହାଡ଼ରୁ ହଠାତ୍‌ ପଥର ଖସିବାରୁ ୨୦ରୁ ଅଧିକ ଆହତ ହୋଇଛନ୍ତି । ୬ଜଣଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।