ପ୍ରକଳ୍ପକୁ ବିରୋଧ କରି ୨୦ କିଲୋମିଟର ବ୍ଯାପୀ ମାନବ ଶୃଙ୍ଖଳ କଲେ ସ୍ଥାନୀୟ ବାସିନ୍ଦା, ଭିଟାମାଟି ଛାଡିବେ ନାହିଁ ବୋଲି ଦେଲେ ଚେତାବନୀ

ଜଳେଶ୍ବର: ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ବଙ୍ଗୋପସାଗର ଉପକୂଳ ସଂଲଗ୍ନ ଜମ୍ଭିରାଇ, ନୂଆଗାଁ , ବାଲିବିଲ, ବେତଗଡିଆ ଇତ୍ଯାଦି ୬ଟି ପଞ୍ଚାୟତରେ ହେବାକୁ ଯାଉଛି ହଳଦିଆ ପେଟ୍ରୋକେମିକାଲ ଇଣ୍ଟିଗ୍ରେଟେଡ ରିଫାଇନାରୀ ପ୍ଲାଣ୍ଟ ଏବଂ ସୁବର୍ଣ୍ଣରେଖା ବନ୍ଦର ,ପ୍ରକଳ୍ପ ପାଇଁ ଗ୍ରୀନ ସିଗନାଲ ଦେଇସାରିଛନ୍ତି କେନ୍ଦ୍ର ସରକାର। ଏଠାରେ ଆରମ୍ଭ ହୋଇଛି ଜମି ଅଧିଗ୍ରହଣ କାର୍ଯ୍ଯ। ଏଠାରେ ପ୍ରକଳ୍ପ ପ୍ରତିଷ୍ଠା ହେଲେ  ଲକ୍ଷାଧିକ ଲୋକ ରୋଜଗାରକ୍ଷମ ହୋଇପାରିବେ ବୋଲି ଦାବି କରିଛି କମ୍ପାନୀ । ଏଥିପାଇଁ  ଜିଲ୍ଲା ପ୍ରଶାସନ ଜମି ଅଧିଗ୍ରହଣ କାର୍ଯ୍ଯ ଆରମ୍ଭ କରିଥିବା ବେଳେ ଏହାକୁ ତୀବ୍ର ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା  ଏବଂ ଉପକୂଳ ଭିଟାମାଟି ସୁରକ୍ଷା କମିଟି।

ଏହି ଅଞ୍ଚଳ ସମୂଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଏଠାକାର ମାଟି ଉର୍ବର , ଏଠାରେ ଧାନ, ପାନ, ମୀନ, ନଡ଼ିଆ, ବାଦାମ ପ୍ରଭୁତି ଚାଷ ଖୁବ ଭଲ ହୋଇଥାଏ। ଏହି ସବୁ ଚାଷରୁ  ଅଞ୍ଚଳବାସୀ ବର୍ଷକୁ ୭ ଲକ୍ଷରୁ ଅଧିକ ଅର୍ଥ ଉପାର୍ଜନ କରି ଏଠାକାର ଲୋକେ ନିଜର ପରିବାର ପ୍ରତିପୋଷଣ କରିଥାନ୍ତି। ତେଣୁ କୌଣସି ପରିସ୍ଥିତିରେ ବି ଅଞ୍ଚଳବାସୀ ଭିଟାମାଟି ଛାଡିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।

human chainଆଜି ଏହି ପ୍ରକଳ୍ପ ବିରୋଧରେ ହଜାର ହଜାର ଲୋକେ ପଞ୍ଚୁପାଲି ପଞ୍ଚାୟତର ଦ୍ବାରିକା ମନ୍ଦିର ଠାରୁ ଚୌମୁଖ ପଞ୍ଚାୟତ ର କଙ୍କଡାପାଳ ମୁହାଣ ପର୍ଯ୍ଯନ୍ତ ଦୀର୍ଘ ୨୦ କିଲୋମିଟର ବ୍ଯାପୀ ମାନବ ଶୃଙ୍ଖଳ କରିଥିଲେ । ଭିଟାମାଟି ନଛାଡିବାକୁ ବଜ୍ର ଶପଥ ନେଇଥିଲେ। ଶହଶହ ମହିଳାଙ୍କ ଶଙ୍ଖ ଧ୍ବନୀରେ ପ୍ରକମ୍ପିତ ହୋଇଥିଲା ସମଗ୍ର ଅଞ୍ଚଳ।  ଯଦି ପ୍ରଶାସନ ଅଞ୍ଚଳବାସୀଙ୍କ ଗୁହାରୀ ନଶୁଣିବେ ତାହାଲେ ପରବର୍ତ୍ତୀ ସମୟରେ ଆନ୍ଦୋଳନକୁ ଆହୁରୀ ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.