ଆଜି ଦିଲ୍ଲୀ ଯିବେ ଓଡ଼ିଶାର ୨୦ ନବନିର୍ବାଚିତ ବିଜେପି ସାଂସଦ

ଭୁବନେଶ୍ୱର (କେନ୍ୟୁଜ): ନବ ନିର୍ବାଚିତ ବିଜେପି ସାଂସଦମାନଙ୍କୁ ଦିଲ୍ଲୀ ଡାକରା । ଆଜି ଦିଲ୍ଲୀ ଯିବେ ଓଡ଼ିଶାର ୨୦ ବିଜେପି ସାଂସଦ । ଆସନ୍ତାକାଲି ବସୁଛି ବିଜେପିର ସଂସଦୀୟ ବୋର୍ଡ ବୈଠକ । ଏହା ସହ ମୋଦିଙ୍କ ତୃତୀୟ ପାଳିର ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ସମସ୍ତ ସାଂସଦ। ନିର୍ବାଚିତ ସାଂସଦଙ୍କ ସହ ଦଳର ଅନେକ ଶୀର୍ଷ ନେତା ମଧ୍ୟ ଦିଲ୍ଲୀ ଗସ୍ତ କରୁଛନ୍ତି । ଆଜି ସଂଧ୍ୟାରେ ସେମାନେ ଦିଲ୍ଲୀରେ ପହଞ୍ଚିବା ପରେ କେନ୍ଦ୍ରୀୟ ନେତାମାନଙ୍କ ସହ ଭେଟଘାଟ ଓ ଆଲୋଚନା କାର୍ଯ୍ୟକ୍ରମ ମଧ୍ୟ ରହିଛି ।
ଏଥିସହିତ ରାଜ୍ୟରେ ସରକାର ଗଠନ ନେଇ ହୋଇପାରେ ଆଲୋଚନା । ମୁଖ୍ୟମନ୍ତ୍ରୀ ଚେହେରା ଉପରେ ବି ହୋଇପାରେ ନିଷ୍ପତ୍ତି । ମୁଖ୍ୟମନ୍ତ୍ରୀ ନା ଘୋଷଣା ପୂର୍ବରୁ ଏହି ବୈଠକ ବେଶ ଗୁରୁତ୍ୱପୂର୍ଣ୍ଣ । ସଂସଦୀୟ ବୋର୍ଡ ବୈଠକ ପୂର୍ବରୁ ସାଂସଦଙ୍କ ସହ ଆଲୋଚନା କରିବେ ଶୀର୍ଷ ନେତୃତ୍ୱ ।