ପାଗଳ ବିଲୁଆ ଆତଙ୍କ, ୨୦ରୁ ଊର୍ଦ୍ଧ୍ବ ବ୍ୟକ୍ତି ଆହତ

ପୋଲସରା : ପାଗଳ ବିଲୁଆ ଆତଙ୍କ । ଗଞ୍ଜାମ ଜିଲ୍ଲା ପୋଲସରା ବନାଞ୍ଚଳ ଅନ୍ତର୍ଗତ ହାତୀଓଟ ପଞ୍ଚାୟତରେ ପାଗଳ ବିଲୁଆ ଆତଙ୍କ ସୃଷ୍ଟି କରିଛି । ପାଗଳ ବିଲୁଆ କାମୁଡାରେ ଜେମାଦେଇପୁର, ପ୍ରାଣଦେଇପୁର ଓ ହାତୀଓଟ ଗାଁର ପ୍ରାୟ କୋଡିଏରୁ ଉର୍ଦ୍ଧ୍ବ ବ୍ୟକ୍ତି ଆହତ ହୋଇଥିବା ଦେଖିବାକୁ ମିଳିଛି । ପାଗଳ ବିଲୁଆଟି ୩ଟି ଗାଁରେ ବୁଲିବୁଲି କାମୁଡିବା ସହ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଛି । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ପୋଲସରା ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତ ବ୍ୟକ୍ତି ମାନେ ପାଗଳ ବିଲୁଆକୁ କାବୁ କରିବା ସହ କ୍ଷତିପୂରଣ ଦେବାକୁ ବନ ବିଭାଗ ନିକଟରେ ଦାବି କରିଛନ୍ତି ।

ସେହିପରି ୧୮ ତାରିଖରେ ଅସ୍ତରଙ୍ଗରେ ପାଗଳ ବିଲୁଆ ଆତଙ୍କ ଦେଖିବାକୁ ମିଳିଥିଲା । ବିଲୁଆ କାମୁଡ଼ାରେ ୧୩ ଜଣ ଆହତ ଓ ୨ ଜଣ ଗୁରୁତର ହୋଇଥିଲେ । ପୁରୀଜିଲ୍ଲା ଅସ୍ତରଙ୍ଗ ବ୍ଲକର ପାଞ୍ଚଟି ଗାଁରେ ଗତ ଦୁଇ ଦିନ ହେବ ପାଗଳ ବିଲୁଆ ଆତଙ୍କ ଖେଳାଇଥିଲା । ବିଲୁଆ କାମୁଡ଼ାରେ ୧୩ ଜଣ ଆହତ ହୋଇଥିବା ବେଳେ୨ ଗୁରୁତରଙ୍କୁ ଚାରି ଛକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଲୋକମାନେ ସଙ୍ଘବଦ୍ଧ ଭାବେ ପାଗଳ ବିଲୁଆକୁ ପିଟିପିଟି ମାରି ଦେଇଥିବା ଜଣାପଡ଼ିଛି ।

 

You might also like