ଗାଡ଼ି ସାଇଡ୍ ମରାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣା, ବନ୍ଧା ହେଲେ ୨୦ରୁ ଅଧିକ ଜଣ
ଗୋଷ୍ଠୀ ସଂଘର୍ଷ ଘଟଣାରେ ବନ୍ଧା ହେଲେ ୨୦ ଜଣ। ଭୁବନେଶ୍ବର ପଟିଆ ପଦ୍ମ କେଶରୀପୁରରେ ଗୋଷ୍ଠୀ ସଂଘର୍ଷ ଘଟଣାରେ ୨୦ ଜଣଙ୍କୁ ଗିରଫ କରିଛି ମଞ୍ଚେଶ୍ବର ଥାନା ପୋଲିସ।
ଭୁବନେଶ୍ୱର (କେନ୍ୟୁଜ): ଗୋଷ୍ଠୀ ସଂଘର୍ଷ ଘଟଣାରେ ବନ୍ଧା ହେଲେ ୨୦ ଜଣ। ଭୁବନେଶ୍ବର ପଟିଆ ପଦ୍ମ କେଶରୀପୁରରେ ଗୋଷ୍ଠୀ ସଂଘର୍ଷ ଘଟଣାରେ ୨୦ ଜଣଙ୍କୁ ଗିରଫ କରିଛି ମଞ୍ଚେଶ୍ବର ଥାନା ପୋଲିସ।
ଗତକାଲି ରାତିରେ ପଦ୍ମକେଶରୀପୁର ଗାଁରେ ବ୍ୟାପକ ରେଡ୍ କରିଥିଲା ପୋଲିସ। କିଛି ଦିନ ତଳେ ଗାଡ଼ି ସାଇଡ୍ ମରାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଗୋଟିଏ ଗୋଷ୍ଠୀର ଜଣେ ବ୍ୟକ୍ତି ଡିସିପି ଅଫିସ ସାମ୍ନାରେ ରଙ୍ଗ୍ ସାଇଡରେ ଗାଡ଼ି ନେଇଯାଉଥିଲେ । ସେହି ସମୟରେ ଅନ୍ୟ ଏକ ଗୋଷ୍ଟୀର ଜଣେ ବ୍ୟକ୍ତି ପୂର୍ବ ଶତ୍ରୁତାକୁ ନେଇ ତାଙ୍କୁ ଅଟକାଇଥିଲେ । ପରେ ରଙ୍ଗ ସାଇଡରେ ଗାଡି ନେଇ ଯାଉଥିବାରୁ ଉଭୟଙ୍କ ମଧରେ ଯୁକ୍ତିତର୍କ ହୋଇଥିଲା । ପରବର୍ତ୍ତୀ ସମୟରେ ଉଭୟ ପକ୍ଷର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ଦୁଇ ଗୋଷ୍ଠିଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ପୋଲିସକୁ ଇଟା ପଥର ମାଡ଼ ସହ ଗାଡ଼ି ଭାଙ୍ଗି ଦେଇଥିଲେ। ଆଗକୁ ଗିରଫଦାରୀ ସଂଖ୍ୟା ଆହୁରି ବଢିପାରେ।