ମହୁମାଛି ଆକ୍ରମଣରେ ୨୦ ଛାତ୍ରଛାତ୍ରୀ ଆହତ, ବାର୍ଷିକ କ୍ରୀଡା ଉତ୍ସବ ଚାଲୁଥିବା ସମୟରେ ଆକ୍ରମଣ
ପଟ୍ଟାମୁଣ୍ଡାଇ : ମହୁମାଛି ଆକ୍ରମଣ ରେ 20 ଛାତ୍ରଛାତ୍ରୀ ଆହତ । ଡେରାବିଶ ବ୍ଲକ ଅଧିନ ଫକୀରାବାଦ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ ଚାଲୁଥିବା ସମୟରେ ନିକଟରେ ଥିବା ଗୋଟେ ମହୁମାଛି ବସାରୁ ଅସଂଖ୍ୟ ମହୁମାଛି ଉଡି ସ୍କୁଲ କ୍ୟାମ୍ପସ ରେ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିଥିଲେ।
ମାଛି ଙ୍କ ଆକ୍ରମଣରେ କୁନି କୁନି ଛାତ୍ରଛାତ୍ରୀ ମାନେ ଏଣେତେଣେ ଦୌଡ଼ାଦୌଡ଼ି କରିଥିଲେ। ତେବେ ସ୍କୁଲର 20 ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଙ୍କୁ ମହୁମାଛି ଆକ୍ରମଣ କରିଥିବାରୁ ସମସ୍ତ ଛାତ୍ରଛାତ୍ରୀ ପ୍ରଥମେ ଡେରାବିଶ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବାବେଳେ ଦୁଇ ଛାତ୍ର ଙ୍କର ଅଧିକ କ୍ଷତି ହୋଇଥିବାରୁ ତାଙ୍କୁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଛି।