ରାଜ୍ୟ

ପଦ୍ମପୁର ଉପଖଣ୍ଡ ବରିକେଲ ମଣ୍ଡିରେ ଅବ୍ୟବସ୍ଥା: ଅଦିନିଆ ବର୍ଷାରେ ଭିଜିଲା ୨୦ ହଜାର ବସ୍ତା ଧାନ

ପଦ୍ମପୁର(କେନ୍ୟୁଜ): କଥାରେ ଅଛି ଚାଷ ଅଛି ଯାହାର କି ଆନନ୍ଦ ତାହାର, ସେଥିପାଇଁ ତ ପ୍ରତିଟି ଭାରତୀୟ କହି ଥାଆନ୍ତି ଜୟ ଯବାନ ଜୟ କିଷାନ । ହେଲେ ଏଠି ଚାଷୀ ଆନନ୍ଦ ହେବ କଣ ଆଖିରୁ ଲୁହ ଝରାଉଛି । ପଦ୍ମପୁର ଉପଖଣ୍ଡ ବରିକେଲ ମଣ୍ଡି । ଏଠି ଖୋଲା ଆକାଶ ତଳେ ପଡିଛି ପ୍ରାୟ ୨୦ ହଜାର ବସ୍ତା ଧାନ । ତେବେ ମଣ୍ଡିରେ ଟ୍ୟାଗ ଥାଇ ମଧ୍ୟ୍ୟ ଉଠୁନି ଧାନ । କାରଣ ମିଲର୍ସଙ୍କ ମନ ମୁତାବକ ଚାଲିଛି ମଣ୍ଡି । ଧାନ ଉଠାଇବା ପାଇଁ ଗାଡି ପଠାଉ ନାହାନ୍ତି ମିଲର୍ସ ।

ତେବେ ଗୋଟେ ପଟେ ଟୋକନ ଲାପ୍ସର ଚିନ୍ତା ଚାଷୀଙ୍କୁ ଘାରି ଥିବା ବେଳେ ଗତକାଲି ହଠାତ୍ ଲଘୁଚାପ ଜନିତ ଅଦିନିଆ ବର୍ଷା ଯୋଗୁଁ ମଣ୍ଡିରେ ଭିଜିଯାହଇଛି ସବୁ ଧାନ । ଦିନ ପ୍ରାୟ ୪ ଟା ସମୟରେ ହଠାତ କଳା ହାଣ୍ଡିଆ ମେଘ ଘୋଟି ଆସିବା ପରେ ବର୍ଷା ହୋଇଥିଲା । ଯାହାଫଳରେ ମଣ୍ଡିରେ ଭିଜିଥିଲା ହଜାର ହଜାର କୁଇଣ୍ଟାଲ ଧାନ ବସ୍ତା । ଏପଟେ ପୂର୍ବରୁ କଟନି ଛଟନି ପାଇଁ ଚାଷୀ ସେମିତି ବି ଚିନ୍ତାରେ ଥିବାବେଳେ ବର୍ତମାନ ବର୍ଷାରେ ଧାନ ଭିଜିବା ପରେ ବିଭିନ୍ନ କାରଣ ଦର୍ଶାଇ ଆହୁରି ଅଧିକ କଟନି କରିବେ ବୋଲି କହିଛନ୍ତି ଚାଷୀ ।

ତେବେ ପୂର୍ବରୁ ଲଘୁଚାପ ଜନିତ ବର୍ଷା ପାଇଁ ସୂଚନା ଥାଇ ମଧ୍ୟ ମଣ୍ଡିରେ ପଲିଥିନ ବ୍ୟବସ୍ଥା କରାଯାଇନାହିଁ । ଯାହାଫଳରେ ବର୍ଷା ସମୟରେ ଚାଷୀ ପହଂଚିବା ପରେ ଏଭଳି ସ୍ଥିତି ଦେଖି ପୁଣି ଘରକୁ ଯାଇ ପଲିଥିନ ଆଣି ବାନ୍ଧିଥିଲେ । ହେଲେ ସେହିସମୟ ଭିତରେ ବର୍ଷାରେ ଭିଜି ସାରିଥିଲା ଧାନ ।

ତେବେ ଧାନ ଭିଜିଲା ଘଟଣାରେ କିଏ ଦାୟି ରହିବ ବୋଲି ଚାଷୀ ପ୍ରଶ୍ନ କରିବା ସହ, ମଣ୍ଡିରେ ପଡିଥିବା ଧାନ ପାଇଁ ମଜବୁତ ଭିତ୍ତିଭୂମି ପ୍ରଶାସନ ତରଫରୁ ଧ୍ୟାନ ଦିଆଯାଇ କରାଗଲେ, ଚାଷୀକୂଳ ଆହୁରୀ ଉପକୃତ ହୋଇପାରନ୍ତେ ବୋଲି ଉକ୍ତି ଦେଇଛନ୍ତି ଚାଷୀ । ହଠାତ ମାଡି ଆସିଲା ଅଦିନିଆ ବର୍ଷା । ଚିନ୍ତାରେ ଚାଷୀ । ତେବେ ଦେଖିବାକୁ ବାକି ରହିଲା ସରକାର ଏ ଦିଗରେ କି ପଦକ୍ଷପ ନେଉଛନ୍ତି ।

 

Sonalisa

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

31 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

33 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago