ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ, ପିଡ଼ିତାକୁ ୭ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ
୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା। ଜରିମାନା ଅନାଦେୟ ୬ ମାସ ସଶ୍ରମ କାରାଦଣ୍ଡ। ୨୦ ଜଣ ସାକ୍ଷୀ ଓ ୨୬ ଟି ତଥ୍ୟପ୍ରମାଣ ଆଧାରରେ ଏହି ଦଣ୍ଡାଦେଶ।୨୦୧୬ ଅଗଷ୍ଟ ୨୮ ରେ କଟକ ସଦର ଅଞ୍ଚଳରେ ସାଢ଼େ ୪ ବର୍ଷ ନାବାଳିକାକୁ ହୋଇଥିଲା ଦୁଷ୍କର୍ମ। ପିଡ଼ିତାକୁ ୭ ଲକ୍ଷ ଟଙ୍କାର କ୍ଷତିପୂରଣ ନିର୍ଦ୍ଦେଶ।

କଟକ(କେନ୍ୟୁଜ୍): ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ। ଦୋଷୀ କାଳିଆ ଓରଫ ରତିକାନ୍ତ ଦାସ ଦୋଷୀ ସାବ୍ୟସ୍ତ।ନିର୍ଦ୍ଦେଶ ଦେଲେ କଟକ ସ୍ୱତନ୍ତ୍ର ପକସୋ କୋର୍ଟ। ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା। ଜରିମାନା ଅନାଦେୟ ୬ ମାସ ସଶ୍ରମ କାରାଦଣ୍ଡ। ୨୦ ଜଣ ସାକ୍ଷୀ ଓ ୨୬ ଟି ତଥ୍ୟପ୍ରମାଣ ଆଧାରରେ ଏହି ଦଣ୍ଡାଦେଶ।
୨୦୧୬ ଅଗଷ୍ଟ ୨୮ ରେ କଟକ ସଦର ଅଞ୍ଚଳରେ ସାଢ଼େ ୪ ବର୍ଷ ନାବାଳିକାକୁ ହୋଇଥିଲା ଦୁଷ୍କର୍ମ। ପିଡ଼ିତାକୁ ୭ ଲକ୍ଷ ଟଙ୍କାର କ୍ଷତିପୂରଣ ନିର୍ଦ୍ଦେଶ। ସେଥିରୁ ୪ ଲକ୍ଷ ଟଙ୍କା ୬ ବର୍ଷ ପାଇଁ ଫିକ୍ସ ଡିପୋଜିଟ ଓ ଅନ୍ୟ ୩ ଲକ୍ଷ ଟଙ୍କା ନଗଦ ଆକାରରେ ପ୍ରଦାନ ପାଇଁ ନିର୍ଦ୍ଦେଶ। ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିଲେ ସ୍ୱତନ୍ତ୍ର ପିପି ପ୍ରତାପ କୁମାର ନାୟକ।