କଟକ: ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

କଟକ(କେନ୍ୟୁଜ୍):  ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ। ରାୟ ଶୁଣାଇଲେ କଟକ ସ୍ୱତନ୍ତ୍ର ପୋକସୋ ଆଡ଼ହକ ଫାଷ୍ଟ ଟ୍ରାକ କୋର୍ଟ। ୨୦ ବର୍ଷ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ। ଜୋରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ। ୨୦୧୮ ଅକ୍ଟୋବର ୧୯ ତାରିଖରେ ଘଟିଥିଲା ଦୁଷ୍କର୍ମ ଘଟଣା। ଟାଙ୍ଗୀ ଥାନା ଧାନବେଣୀ ଅଞ୍ଚଳରେ ହୋଇଥିଲା ଏହି ଘଟଣା। ସନ୍ଧ୍ୟା ସମୟରେ ଦୋଷୀ ୧୨ ବର୍ଷୀୟ ନାବାଳିକା କୁ ଘରୁ ଉଠାଇ ନେଇଥିଲା।

ନିକଟସ୍ଥ କାଜୁ ଜଙ୍ଗଲରେ ରାତି ସାରା ରଖି ଦୁଷ୍କର୍ମ କରିଥିଲା। ୧୪ ଜଣ ସାକ୍ଷୀ ଓ ୧୨ ଟି ତଥ୍ୟ ପ୍ରମାଣ ଆଧାରରେ ଏହି ଦଣ୍ଡାଦେଶ। ଭାରତୀୟ ଦଣ୍ଡବିଧି ଆଇନର ୩୭୬ ଏବି ଓ ପୋକସୋ ଆକ୍ଟ ଧାରା ୬ ଅନୁଯାୟୀ ସଜ୍ଜା ଶୁଣାଇଲେ କୋର୍ଟ। ପିଡ଼ିତା କ୍ଷତିପୂରଣ ଆଇନ ଅନୁଯାୟୀ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ। ଜିଲା ଆଇନ ସେବା ପ୍ରାଧିକରଣ ମାଧ୍ୟମରେ ଦିଆଯିବ କ୍ଷତିପୂରଣ। ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିଲେ ସରକାରୀ ଓକିଲ ବିଶ୍ଵଜିତ ରାୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.