୨ ଶହ ଲିଟର ବେଆଇନ ମଦ ଜବତ, ଜଣେ ଗିରଫ

ଭଦ୍ରକ : ପୋଲିସ ସାଦା ପୋଷାକରେ ଗ୍ରାହକ ହୋଇ ଯାଇ ଠାବ କଲା ବେଆଇନ ମଦ ଦୋକାନ । ଚଢ଼ାଉ କରି ପ୍ରାୟ 70 ହଜାରରୁ ଅଧିକ ଟଙ୍କାର ଦେଶୀ ଓ ବିଦେଶୀ ମଦକୁ ଜବତ କରିବା ସହିତ ଗୋଟିଏ ଫ୍ରିଜକୁ ଜବତ କରିଛି ପୋଲିସ । ଏଭଳି ଘଟଣା ଆଜି ମଧ୍ୟାହ୍ନରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ବରପଦା ବଜାର ଠାରେ ଦେଖିବାକୁ ମିଳିଛି । ଏହି ବଜାରରେ ଶଶୀକାନ୍ତ ମହାନ୍ତି ନାମକ ଜଣେ ଯୁବକ ଗତ କିଛି ମାସ ହେବ ବେଆଇନ ଭାବେ ଦେଶୀ ଓ ବିଦେଶୀ ମଦ ଦୋକାନ ଖୋଲି କାରବାର କରୁଥିଲା ।
ଏହି ଖବତ ସିଟି ଡି ଏସପି ଦାଇତ୍ୱ ରେ ଥିବା ଅତିରିକ୍ତ ଏସପି ସମ୍ବିତ ମାଝୀ ଜାଣିଲା ପରେ ସେ ଆଜି ଜଣେ ପୋଲିସ କର୍ମଚାରୀଙ୍କୁ ସାଧା ପୋଷାକରେ ମଦ ଆଣିବା ପାଇଁ ପଠାଇ ଥିଲେ । ସେ ସେଠାକୁ ଯାଇ ସେହି ଦୋକାନ ମଦ ଆଣିଲା ବେଳେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଅତିରିକ୍ତ ଏସପି ସମ୍ବିତ ମାଝୀଙ୍କ ଟିମ ଅତର୍କିତ ଭାବେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ 2 ଶହ ଲିଟର ଦେଶୀ ଓ ବିଦେଶୀ ମଦ ସହିତ ଗୋଟିଏ ବଡ଼ ଫ୍ରିଜକୁ ଜବତ କରିଥିଲେ । ପରେ ଏହି ବେଆଇନ କାରବାରରେ ସମ୍ପୃକ୍ତ ଥିବା ଶଶୀକାନ୍ତ ମହାନ୍ତିଙ୍କୁ ଗିରଫ କରିଛି ପୋଲିସ ।