ଖୁବ ଶୀଘ୍ର ନିଯୁକ୍ତ ହେବେ ୨ହଜାର ବନରକ୍ଷୀ : ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ

ଖୁବ ଶୀଘ୍ର ନିଯୁକ୍ତ ହେବେ ୨ହଜାର ବନରକ୍ଷୀ। ରାଜ୍ୟରେ ଖୁବଶୀଘ୍ର ରାଜ୍ୟରେ ପୂରଣ ହେବ ୨ ହଜାର ବନରକ୍ଷୀ ପଦବୀ।  ୩ ମାସ ଭିତରେ ନିଯୁକ୍ତି ପ୍ରକ୍ରିୟା ସରିବ କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ।  ଏବେ ରାଜ୍ୟରେ ୩ ହଜାର ବନରକ୍ଷୀ ପଦବୀ ଖାଲି ପଡ଼ିଛି ।  ୨ ହଜାର ବନରକ୍ଷୀ ପଦ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ।

ଏଥି ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ସେ କହିଛନ୍ତି । ବର୍ତ୍ତମାନ ସାରା ରାଜ୍ୟରେ ହାତୀ ମଣିଷ ଲଢେଇ ଚରମ ସୀମାରେ ପହଞ୍ଚି ଥିବା ବେଳେ ଭାଲୁ , ହରିଣ , କୁଟରା ଆଦି ବନ୍ୟଜନ୍ତୁ ଖାଦ୍ୟ ଅନ୍ବେଷଣରେ ସହର ମୁହାଁ । ଫଳରେ ମଣିଷଙ୍କ ଧନ ଜୀବନ ସହ ବନ୍ୟଜନ୍ତୁ ମଧ୍ୟ ବିପଦରେ ପଡ଼ିଛନ୍ତି । ଏହାକୁ ସୁରକ୍ଷା ଦେବାକୁ ମୁଖ୍ୟ ବାଧକ ସାଜିଛି ବନରକ୍ଷୀଙ୍କ ଅଭାବ ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like