ପେସାଗତ ଅପରାଧୀ ସାବଧାନ ! କଟକରେ ୨୦୧ଟି ଲାଇଭ ସିସିଟିଭି ହେଲା କାର୍ଯ୍ୟକ୍ଷମ

କଟକ(କେନ୍ୟୁଜ୍): କଟକ ଡିସିପିଙ୍କ କାର୍ଯ୍ୟାଳୟରେ ମଡର୍ଣ୍ଣ ସିସିଟିଭି କଣ୍ଟ୍ରୋଲ ରୁମ ଉଦ୍‌ଘାଟିତ। ଡିସିପି ପିିନାକ ମିଶ୍ର ଏହାକୁ ଉଦ୍‌ଘାଟନ କରି ସହରର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଅଧିକ ସଂଖ୍ୟକ ଲାଇଭ ଦୃଶ୍ୟ ମିଳିପାରୁଥିବା କହିଛନ୍ତି। ଆଜି ସୁଦ୍ଧା ୨୦୧ଟି ଲାଇଭ ସିସିଟିଭି କ୍ୟାମେରା ସହରରେ କାର୍ଯ୍ୟକ୍ଷମ କରାଯାଇଛି। ନିକଟରେ ଆଉ ଶହେଟି କ୍ୟାମେରା କାର୍ଯ୍ୟକ୍ଷମ ହେବ। ଦୁର୍ଗା ପୂଜା ପୂର୍ବରୁ ସହରରେ ପାଞ୍ଚ ଶହ ସିସି ଟିଭି ବିଭିନ୍ନ କାର୍ଯ୍ୟକଳାପ,ଗତିବିଧି ଉପରେ ନଜର ରଖିବ ବୋଲି ସେ କହିଛନ୍ତି।

cuttack dcp23

ବିଶେଷ କରି ଅପରାଧିକ କାର୍ଯ୍ୟକଳାପ ଉପରେ ରଖାଯିବ ନଜର। ବର୍ତ୍ତମାନ ସୁଦ୍ଧା ୨୨୦ଟି ସିସିଟିଭି ସହରର ମୁଖ୍ୟ ସଡ଼କ ଓ ଛକ ଗୁଡିକରେ ଲଗାସରିଛି। ବାକି ୨୮୦ଟି ସିସି ଟିଭି ପୂଜା ପୂର୍ବରୁ ଲଗାଇବାକୁ ଯୋଜନା ରହିଛି। ବିଭିନ୍ନପୂଜା କମିଟି, ବଜାର କମିଟି, ବ୍ୟବସାୟିକ ପ୍ରତିଷ୍ଠାନ ସହଯୋଗରେ ସମସ୍ତ ସିସିଟିଭି କ୍ୟାମେରା ଲଗାଯାଇଥିବା କଟକ ଡିସିପି କହିଛନ୍ତି।

Leave A Reply

Your email address will not be published.