୨୦୧୯-୨୦ ବଜେଟ୍‌ ପାଇଁ ମତାମତ ଆହ୍ଵାନ, ଅର୍ଥବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ୱେବପୋର୍ଟାଲ ଓ ମୋବାଇଲ ନମ୍ବର ମାଧ୍ୟମରେ ମତ ଦେଇପାରିବେ ଜନସାଧାରଣ

ଭୁବନେଶ୍ବର(କେନ୍ୟୁଜ୍) : ୨୦୧୯-୨୦ ବଜେଟ୍‌ ପାଇଁ ମତାମତ ଆହ୍ଵାନ। ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସଚିବାଳୟରେ ଏନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ବଜେଟ ପ୍ରସ୍ତୁତି ଉପରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଚଳିତବର୍ଷ ଅର୍ଥବିଭାଗ ବଜେଟ ପ୍ରସ୍ତୁତି ପୂର୍ବରୁ ବିଭିନ୍ନ ବର୍ଗର ପ୍ରତିନିଧିମାନଙ୍କ ମତାମତ ଆହ୍ଵାନ କରିଛି । ଏଥିପାଇଁ ଅର୍ଥବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ୱେବପୋର୍ଟାଲ budget.odisha.gov.in ମାଧ୍ୟମରେ ଲୋକେ ଇ-ମେଲ ପଠାଇପାରିବେ । ବଜେଟ ବାବଦରେ ସମସ୍ତ ତଥ୍ୟ ଏହି ପୋର୍ଟାଲ ରେ ଉପଲବ୍ଧ ହେବ । ଏହା ସହିତ ଜନସାଧାରଣ ମୋବାଇଲ ନମ୍ବର ୯୪୩୮୧୬୧୧୧୧ ରେ ହ୍ଵାଟସଅପ ମାଧ୍ୟମରେ ମଧ୍ୟ କହିପାରିବେ । ଆସନ୍ତା ୧୫ ଦିନ ଭିତରେ ନିଜ ନିଜର ମତାମତ ଦେବାକୁ ମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।