ପହଞ୍ଚିଗଲା ନିର୍ବାଚନୀ ବର୍ଷ, ୧୯ର ଟେଷ୍ଟ ଦେବେ ସବୁ ଦଳ

ଭୁବନେଶ୍ବର : ୨୦୧୯ ନିର୍ବାଚନୀ ବର୍ଷ । ଓଡ଼ିଶାରେ ହେବ ଲୋକସଭା ସାଙ୍ଗକୁ ବିଧାନସଭା ନିର୍ବାଚନ । ସବୁ ରାଜନୈତିକ ଦଳ ପାଇଁ ପରୀକ୍ଷାର ବର୍ଷ-୨୦୧୯ । ରାଜ୍ୟ ସରକାର ନିର୍ବାଚନ ପୂର୍ବରୁ ଅନେକ ଜନକଲ୍ୟାଣକାରୀ ଯୋଜନା ଲାଗୁ କରିଛନ୍ତି । କୃଷକଙ୍କ ବିକାଶ ପାଇଁ କାଳିଆ ଯୋଜନା ହୋଇପାରେ ଗେମ୍ ଚେଞ୍ଜର । ସେହିପରି ଆହାର ଯୋଜନାରେ ଦିନ ବେଳା ପରି ରାତ୍ରିରେ ବି ୫ ଟଙ୍କାରେ ଭାତ, ଡାଲମା ବ୍ୟବସ୍ଥା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବେଶ ଲାଗୁ ହୋଇଛି । ଏସବୁ ଯୋଜନା ଲୋକଙ୍କ ପାଖରେ କିଭଳି ପହଂଚିବ ତାହା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଂଜ । ବିଜେଡି କହିଛି, ରାଜ୍ୟ ସରକାରଙ୍କ ସବୁ ଯୋଜନା କିଭଳି ତୃଣମୂଳ ସ୍ତରରେ ପହଞ୍ଚିବ ତାକୁ ପ୍ରାଥମିକତା ଦିଆଯାଉଛି ।
ଉଭୟ କଂଗ୍ରେସ ଓ ବିଜେପି ପାଇଁ ୨୦୧୯ ସମ୍ମାନର ବର୍ଷ । ପିସିସି ସଭାପତି ନିରଂଜନ ପଟ୍ଟନାୟକ ଦାୟିତ୍ୱ ନେବା ପରେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମଳିଛି । ହେଲେ ସଂଗଠନକୁ ସୁଦୃଢ କରିବା ଦଳ ପାଇଁ ବଡ ଚ୍ୟାଲେଞ୍ଜ । ସେହିପରି ବିଜେପି ୨୦୧୭ ଜିଲ୍ଲା ପରିଷଦ ନିର୍ବାଚନରେ ଆଶାତୀତ ସଫଳତା ପାଇଥିଲା । ହେଲେ ୨୦୧୮ ରେ ହୋଇଥିବା ବିଜେପୁର ଉପନିର୍ବାଚନରେ ଦଳକୁ ଲାଗିଲା ଶକ୍ତ ଧକ୍କା ।ଏହାପର ଠୁ ହୋଇଥିବା ସବୁ ଜିଲ୍ଲାପରିଷଦ ଉପ ନିର୍ବାଚନରେ ଦଳ ପରାସ୍ତ ହୋଇଛି । ତେଣୁ କ୍ଷମତାକୁ ଆସିବା ପାଇଁ ୨୦୧୯ ବିଜେପି ଲାଗି କର ବା ମର ପରିସ୍ଥିତି ହେବ ।
୨୦୧୯ରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, କଂଗ୍ରେସ ଓ ବିଜେପିକୁ କିପରି ରାଜନୈତିକ ଗୋଟି ଚଳାଉଛନ୍ତି ତା ଉପରେ ଏବେ ନଜର ।