୨୦୧୯ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି , ମାର୍ଚ୍ଚ ପ୍ରଥମ ସପ୍ତାହରେ ହୋଇପାରେ ତାରିଖ ଘୋଷଣା

ଦିଲ୍ଲୀ(କେନ୍ୟୁଜ୍) : ମାର୍ଚ୍ଚ ପ୍ରଥମ ସପ୍ତାହରେ ହୋଇପାରେ ୨୦୧୯ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା । ୬ରୁ ୭ଟି ପର୍ଯ୍ୟାୟରେ ମତଦାନ ହୋଇପାରେ । ଏଥି ସହିତ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ସିକିମ, ଏବଂ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ନେଇ ମଧ୍ୟ ତାରିଖ ଘୋଷଣା କରାଯାଇପାରେ ।
ଜମ୍ମୁ କାଶ୍ମୀରରେ ବିଧାନସଭା ଭଙ୍ଗ ହୋଇଯାଇଥିବାରୁ ଲୋକସଭା ସହ ଏଠାରେ ମଧ୍ୟ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ଲୋକସଭାର କାର୍ଯ୍ୟକାଳ ଜୁନ ୩ରେ ଶେଷ ହେଉଛି । ନିର୍ବାଚନ ଆୟୋଗ ସବୁ ପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ପୂର୍ବ ସପ୍ତାହରେ ବୈଠକ କରିବା ପରେ ଫାଇନାଲ ହୋମୱାର୍କ ଆରମ୍ଭ କରି ଦେଇଛନ୍ତି । ୨୦୧୪ରେ ମାର୍ଚ୍ଚ ୫ ତାଖରେ ନିର୍ବାଚନ ତାରିଖ ଘୋଷଣା ହୋଇଥିଲା । ମୋଟ ୯ଟି ପର୍ଯ୍ୟାୟରେ ମତଦାନ ହୋଇଥିଲା । ଏପ୍ରିଲ ୭ରେ ପ୍ରଥମ ପର୍ଯ୍ୟାୟ ଓ ମଇ ୧୨ ତାରିଖରେ ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ହୋଇଥିଲା ।