୨୦୧୯ ନିର୍ବାଚନ ପାଇଁ ବିଜେପିର ସ୍ୱତନ୍ତ୍ର ରଣନୀତି : ଲୋକସଭା ଆସନ ପାଇଁ ନିଯୁକ୍ତ ହେବେ ପ୍ରଭାରୀ

Prime-Minister-Narendra-Modi-and-BJP-national-president-Amit-Shah-ଭୁବନେଶ୍ବର : ୨୦୧୯ ନିର୍ବାଚନୀ ଯୁଦ୍ଧ ପାଇଁ ବିଜେପିର ପ୍ରସ୍ତୁତି ଜୋରଦାର କରିଥିବା ବେଳେ ତିଆରି ହୋଇଛି ସ୍ୱତନ୍ତ୍ର ରଣନୀତି । ନିର୍ବାଚନ ପୂର୍ବରୁ ସମସ୍ତ ଲୋକସଭା ଆସନ ପାଇଁ ପ୍ରଭାରୀ ନିଯୁକ୍ତ କରିବ ଦଳ । ୫୪୩ଟି ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଭାରୀ ରହିବେ । ତେବେ ଏହି ପ୍ରଭାରୀମାନେ ସଂପୃକ୍ତ ନିର୍ବାଚନ ମଣ୍ଡଳୀର ଲୋକ ହୋଇନଥିବେ । ଏହା ସହ ପ୍ରତ୍ୟେକ ରାଜ୍ୟ ପାଇଁ ୧୧ ଜଣିଆ ଏକ କମିଟି ଗଠନ କରାଯିବ । କମିଟିର ନାଁ ରଖାଯାଇଛି ‘ଚୁନାବ ତୟାରି ଟୋଲି’ ବା ନିର୍ବାଚନୀ ପ୍ରସ୍ତୁତି ଟିମ୍ ରଖାଯିବ। ଏମାନେ ସଂପୃକ୍ତ ରାଜ୍ୟର ନିର୍ଦ୍ଧିଷ୍ଟ ୧୩ଟି ପ୍ରମୁଖ ପ୍ରସଙ୍ଗକୁ ଫୋକସ୍ କରିବେ । ସାମାଜିକ ପ୍ରସଙ୍ଗ, ରାଜନୈତିକ ସ୍ଥିତି, ବିରୋଧୀଙ୍କ ରଣନୀତି, ମେଣ୍ଟ ସମ୍ଭାବନା ଓ ଲୋକେ କିପରି କେନ୍ଦ୍ର ଯୋଜନାର ଲାଭ ପାଉଛନ୍ତି, ସେସବୁ ଉପରେ ନଜର ରଖିବେ ।

narendra-modi-and-amit-shah ପ୍ରଭାରୀଙ୍କ ବ୍ୟତୀତ ପ୍ରତ୍ୟେକ ସଂସଦୀୟ କ୍ଷେତ୍ର ପାଇଁ ତିନି ଜଣିଆ ସୋସିଆଲ ମିଡିଆ ଟିମ୍, ଏକ ଆଇନ ପରାମର୍ଶ ଦାତା ଟିମ୍, କେନ୍ଦ୍ର ଏବଂ ରାଜ୍ୟ ଯୋଜନାର ତଦାରଖ କରିବା ପାଇଁ ଏକ ଦୁଇ ଜଣିଆ ଟିମ୍ ଗଠନ କରାଯିବ । ଏସବୁର ତଦାରଖ କରିବେ ନିଜେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଜୁଲାଇ ଶେଷ ସୁଦ୍ଧା ଅମିତ ଶାହା ସବୁ ରାଜ୍ୟ ଗସ୍ତ କରି କାର୍ୟ୍ୟର ସମୀକ୍ଷା କରିବେ । ଏହା ସହ ନୂଆ ଯୋଜନା ପ୍ରସ୍ତୁତ କରିବେ ଅମିତ ଶାହା । ଯେଉଁ ରାଜ୍ୟରେ ବିଜେପି ସରକାର ନାହିଁ, ସେସବୁ ରାଜ୍ୟ ଏବେ ଦଳ ପାଇଁ ବଡ଼ ଚ୍ୟାଲେଞ୍ଜ । ତେଣୁ ସେହି ରାଜ୍ୟକୁ ଅଧିକ ଫୋକସ୍ କରାଯିବ। ଅମିତ ଶାହାଙ୍କ ଗସ୍ତ ପରେ ପ୍ରତ୍ୟେକ ମହାସଚିବଙ୍କୁ ପ୍ରମୁଖ ରାଜ୍ୟର ଦାୟିତ୍ୱ ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.