୨୦୨୧ JEE ମେନ୍ ଏପ୍ରିଲ୍ ସେସନ୍ ସ୍ଥଗିତ, ପରବର୍ତ୍ତୀ ସମୟରେ ଘୋଷଣା ହେବ ତାରିଖ

କେନ୍ୟୁଜ୍(ବ୍ୟୁରୋ): ୨୦୨୧ JEE ମେନ୍ ଏପ୍ରିଲ୍ ସେସନ୍ ସ୍ଥଗିତ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି JEE ମେନ୍ ସ୍ଥଗିତ ରଖାଯାଇଛି। ଏପ୍ରିଲ ୨୭, ୨୮ ଓ ୨୯ରେ ହେବାକୁ ଥିବା ପରୀକ୍ଷା ଘୁଞ୍ଚିଲା ।
ପରୀକ୍ଷା ନେଇ ପରବର୍ତ୍ତୀ ସମୟରେ ତାରିଖ ଘୋଷଣା ହେବ ବୋଲି ଜଣା ପଡିଛି । ପରୀକ୍ଷାର ୧୫ ଦିନ ପୂର୍ବରୁ ନୂଆ ତାରିଖ ଛାତ୍ରଛାତ୍ରୀମାନଙ୍କୁ ଜଣାଇ ଦିଆଯିବ । ପୂର୍ବରୁ ଫେବ୍ରୁଆରୀ ଓ ମାର୍ଚ୍ଚରେ ପ୍ରଥମ ୨ଟି ସେସନ୍ ହୋଇସାରିଛି ।