ସୁସ୍ଥ ହେଲେ ଆଉ ୨୦୩ କରୋନା ଆକ୍ରାନ୍ତ,ସୁସ୍ଥଙ୍କ ସଂଖ୍ୟା ୪ ହଜାର ୯୪୬କୁ ବୃଦ୍ଧି

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ସୁସ୍ଥ ହେଲେ ଆଉ ୨୦୩ କରୋନା ଆକ୍ରାନ୍ତ । ୧୭ ଜିଲ୍ଲାରୁ ଆକ୍ରାନ୍ତ କୋଭିଡ ହସ୍ପିଟାଲରୁ ଘରକୁ ଫେରୁଛନ୍ତି । ଏମାନଙ୍କ ଭିତରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୬୦ ଜଣ ଥିବା ବେଳେ, ଗଜପତିରୁ ୨୦, ଖୋର୍ଦ୍ଧା ୧୯, କଟକ ୧୮, ଭଦ୍ରକୁ ୧୪ ଓ କେନ୍ଦୁଝର ଜିଲ୍ଲାରୁ ୧୩ ଜଣ ଅଛନ୍ତି । ସେହିପରି ନୟାଗଡ଼ରୁ ୧୨ କରୋନା ରୋଗୀ ସୁସ୍ଥ ହୋଇଥିବା ବେଳେ ମୟୂରଭଞ୍ଜରୁ ୧୦, ଯାଜପୁର ୯, ବାଲେଶ୍ୱରରୁ ୮, କେନ୍ଦ୍ରାପଡ଼ା ୭, ଅନୁଗୁଳରୁ ୪, ଢେଙ୍କାନାଳରୁ ୩ ଜଣ ଆରୋଗ୍ୟ ଲାଭ କରିଛନ୍ତି । ବଲାଙ୍ଗିର ଓ ଜଗତସିଂହପୁର ଜିଲ୍ଲାରୁ ଦୁଇ ଜଣ ଲେଖାଏ ଏବଂ ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ୪ ହଜାର ୯୪୬କୁ ବୃଦ୍ଧି ପାଇଁ ସୁସ୍ଥଙ୍କ ସଂଖ୍ୟା ।

ସେହଭିଳି ଆଜି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୨୪୫ ନୂଆ କରୋନା ଆକ୍ରାନ୍ତ । ଏହାକୁ ମିଶରଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୮୫୯ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏମାନଙ୍କ ଭିତରୁ କ୍ୱାରେଣ୍ଟାଇନ ସେଣ୍ଟରୁ ୨୧୪ ଜଣ ଓ ଲୋକାଲ୍ କେସରୁ ୩୧ଜଣ ଚିହ୍ନଟ। ୧୯ଟି ଜିଲ୍ଲାରୁ ୨୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

୨୪୫ କରୋନା ଆକ୍ରାନ୍ତଙ୍କ ଭିତରୁ ଗଞ୍ଜାମ ଜିଲ୍ଲାରୁ ସବର୍ବାଧିକ ୯୬ ଚିହ୍ନଟ ହୋଇଥିବାବେଳେ, ବାଲେଶ୍ୱରରୁ ୨, ବରଗଡରୁ ୧୦, ଭଦ୍ରକରୁ ୨, କଟକରୁ ୭, ଗଜପତିରୁ ୭, ଢେଙ୍କାନାଳରୁ ୩, ଜଗତସିଂହପୁରରୁ ୯, ଯାଜପୁରରୁ ୪୦, ଝାରସୁଗୁଡାରୁ ୧, କେନ୍ଦ୍ରାପଡାରୁ ୮, କେନ୍ଦୁଝରରୁ ୭, ଖୋର୍ଦ୍ଧାରୁ ୨୮, ମୟୂରଭଞ୍ଜରୁ ୫, ନବରଙ୍ଗପୁରରୁ ୭, ନୟାଗଡରୁ ୩, ରାୟଗଡାରୁ ୧, ସୋନପୁରରୁ ୧, ସୁନ୍ଦରଗଡରୁ ୬ ଚିହ୍ନଟ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.