ଏକକାଳୀନ ବଦଳିଲେ ୨୦୮ଜଣ ଇନସ୍ପେକ୍ଟର, ବିଭିନ୍ନ ଜିଲ୍ଲାରେ ନିଯୁକ୍ତି ପାଇବେ

ଭୁବନେଶ୍ଵର: ବଦଳିଲେ ୨୦୮ ପୋଲିସ ଇନସ୍ପେକ୍ଟର । ଓଡ଼ିଶା ପୋଲିସର ଇନସ୍ପେକ୍ଟର ସ୍ତରରେ ବଡ଼ଧରଣର ବଦଳି । ଏକକାଳୀନ ୨୦୮ଜଣ ଇନସ୍ପେକ୍ଟରଙ୍କୁ ବଦଳି କରାଯାଇଛି । ବଦଳି ହୋଇଥିବା ପୋଲିସ ଅଧିକାରୀମାନେ ବିଭିନ୍ନ ଜିଲ୍ଲାରେ ନିଯୁକ୍ତି ପାଇବେ । ଏହାସହ କିଛି ଅଧିକାରୀ କ୍ରାଇମବ୍ରାଞ୍ଚ, ଭିଜିଲାନ୍ସ, ଜିଆରପି , ଗୁଇନ୍ଦା ବିଭାଗ ଓ ଅନୁଗୁଳ ପୋଲିସ ଟ୍ରେନିଂ ସ୍କୁଲରେ ନିଯୁକ୍ତି ପାଇବେ । ଏହାସହ କମିଶନରେଟ ପୋଲିସର ୨୫ଜଣଙ୍କୁ ବିଦା କରାଯାଇଛି ।