୨୪ ଘଣ୍ଟାରେ ୨୦୯ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୨୪ ଜଣ

ଭୁବନେଶ୍ୱର(କେନ୍ୟୁଜ): ରାଜ୍ୟରେ ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୨୦୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୮୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୬୦ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୧୩ ଜଣ ୧୮ ବର୍ଷରୁ କମ୍‌ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪ ଜଣ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସେହିଭଳି ଅନୁଗୁଳରେ ୧, ବାଲେଶ୍ୱରରେ ୧୪, ବରଗଡ଼ରେ ୩, ଭଦ୍ରକରେ ୧, କଟକରେ ୧୭, ଦେଓଗଡ଼ରେ ୧, ଗଜପତିରେ ୪, ଗଞ୍ଜାମରେ ୧, ଜଗତସିଂହପୁରରେ ୩, ଯାଜପୁରରେ ୬, କନ୍ଧମାଳରେ ୨, କେନ୍ଦ୍ରାପଡ଼ାରେ ୧, ଖୋର୍ଦ୍ଧାରେ ୨୪, କୋରାପୁଟରେ ୧, ମୟୂରଭଞ୍ଜରେ ୪, ନବରଙ୍ଗପୁରରେ ୪, ନୟାଗଡ଼ରେ ୬, ପୁରୀରେ ୨୨, ସମ୍ବଲପୁର ୬, ସୋନପୁରରେ ୬, ସୁନ୍ଦରଗଡ଼ରେ ୧୩ ଓ ଷ୍ଟେଟ୍‌ପୁଲରୁ ୬ ଜଣ ସଂକ୍ରମିତ ହୋଇଛନ୍ତି।

Also Read: ଏଥରକ ଦୁର୍ଗାପୂଜାରେ ପଡ଼ୁଛି ଅତ୍ୟନ୍ତ ଶୁଭ ସଂଯୋଗ, ଦେବୀଙ୍କ ପୂଜା ତିଥି ଓ ତାରିଖ ଭିତରେ ରହିଛି ନିଆରା ସଂଯୋଗ

Leave A Reply

Your email address will not be published.