ଭୋଟ ଦେଉଛି ଓଡ଼ିଶା, ପୂର୍ବାହ୍ନ ୧୧ଟା ସୁଦ୍ଧା ୨୧.୦୭ ପ୍ରତିଶତ ମତଦାନ

ଭୋଟ ଦେଉଛି ଓଡ଼ିଶା । ରାଜ୍ୟରେ ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । ପୂର୍ବାହ୍ନ ୧୧ଟା ସୁଦ୍ଧା ହାରାହାରି ମତଦାନ ରହିଛି ୨୧.୦୭ ପ୍ରତିଶତ । ଆସିକା ଲୋକସଭା କ୍ଷେତ୍ରରେ ୨୧.୫୩ ପ୍ରତିଶତ, ବରଗଡ଼ରେ ୨୨.୯୫, ବଲାଙ୍ଗିରରେ ୧୭.୯୦, କନ୍ଧମାଳରେ ୨୧.୧୯, ସୁନ୍ଦରଗଡ଼ରେ ୨୨.୧୯ ପ୍ରତିଶତ ଭୋଟିଂ ହୋଇଛି ।

ଭୁବନେଶ୍ୱର (କେନ୍ୟୁଜ); ଭୋଟ ଦେଉଛି ଓଡ଼ିଶା । ରାଜ୍ୟରେ ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । ପୂର୍ବାହ୍ନ ୧୧ଟା ସୁଦ୍ଧା ହାରାହାରି ମତଦାନ ରହିଛି ୨୧.୦୭ ପ୍ରତିଶତ । ଆସିକା ଲୋକସଭା କ୍ଷେତ୍ରରେ ୨୧.୫୩ ପ୍ରତିଶତ, ବରଗଡ଼ରେ ୨୨.୯୫, ବଲାଙ୍ଗିରରେ ୧୭.୯୦, କନ୍ଧମାଳରେ ୨୧.୧୯, ସୁନ୍ଦରଗଡ଼ରେ ୨୨.୧୯ ପ୍ରତିଶତ ଭୋଟିଂ ହୋଇଛି । ସେହିପରି ବିଧାନସଭା ନିର୍ବାଚନମଣ୍ଡଳୀ ଭାବେ ବଣାଇରେ ସର୍ବାଧିକ ୩୪.୫୬ ପ୍ରତିଶତ ଭୋଟିଂ ହୋଇଛି। ସର୍ବନିମ୍ନ କଣ୍ଟାବାଞ୍ଜିରେ ୧୧.୫୮ ପ୍ରତିଶତ ଭୋଟିଂ ହୋଇଛି।

ଆଜି ୫ ଲୋକସଭା ଓ ୩୫ ବିଧାନସଭା ଆସନରେ ହେଉଛି ଭୋଟିଂ। ଆସିକା ଓ କନ୍ଧମାଳ ସହ ପଶ୍ଚିମରେ ବଲାଙ୍ଗିର, ବରଗଡ଼ ଓ ସୁନ୍ଦରଗଡ଼ ଲୋକସଭା ଏବଂ ଏହା ଅଧୀନରେ ଥିବା ସମସ୍ତ ବିଧାନସଭା ଆସନ ଗୁଡ଼ିକରେ ମତଦାନ ଚାଳିଛି। ପ୍ରାୟ ୮୦ ଲକ୍ଷ ଭୋଟର ୩୦୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ୯ହଜାର ୧୪୮ ମତଦାନ କେନ୍ଦ୍ର ସହ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ରରେ ଚାଲିଛି ଭୋଟ ଗ୍ରହଣ।

 

Leave A Reply

Your email address will not be published.