ରାତି ସାରା ଟାଙ୍ଗରାପାଲି ଅତିରିକ୍ତ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍‌, ବାବୁଙ୍କ ଅମାପ ସମ୍ପତ୍ତି ଗଣି ଗଣି ନୟାନ୍ତ ଅଧିକାରୀ

ସୁନ୍ଦରଗଡ଼(କେନ୍ୟୁଜ୍): ରାତି ସାରା ଭିଜିଲାନ୍ସ ରେଡ୍‌। ବାବୁଙ୍କ ଅମାପ ସମ୍ପତ୍ତି ଗଣି ଗଣି ନୟାନ୍ତ ହେଲେଣି ଭିଜିଲାନ୍ସ ଅଧିକାରୀ। ସୁନ୍ଦରଗଡ଼ ଟାଙ୍ଗରାପାଲି ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ଘରେ ରାତି ସାରା ଚାଲିଛି ଚଢାଉ। ଜମି ପଟ୍ଟା ଗଣି ଗଣି ନୟାନ୍ତ ହୋଇଛନ୍ତି ଭିଜିଲାନ୍‌ସ ଅଧିକାରୀ। ବର୍ତ୍ତମାନ ସୁଦ୍ଧା ଠାବ ହେଲାଣି ୨ କୋଟିରୁ ଅଧିକ ସମ୍ପତ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ ଜାରି ରହିଛି।

ବର୍ତ୍ତମାନ ସୁଦ୍ଧା ୨୧ଟି ମୂଲ୍ୟବାନ୍‌ ପ୍ଲଟ, ୬ଟି ବହୁ ମହଲା କୋଠା, ୩ଟି ଚାରି ଚକିଆ ଗାଡ଼ି, ୨ଟି ଟ୍ରାକ୍ଟର ମଧ୍ୟ ଜବତ କରିଛି ଭିଜିଲାନ୍‌ସ। ଚଢ଼ାଉରେ ୪ ଡିଏସପି, ୧୦ ଇନ୍‌ସ୍ପେକ୍ଟର,୪ ଏଏସଆଇ ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି । ଭିଜିଲାନ୍‌ସ ଟିମ୍‌ ଯେତିକି ଖୋଳତାଡ କରୁଛି, ସମ୍ପତ୍ତିର ପରିମାଣ ସେତିକି ବଢିବାରେ ଲାଗିଛି। ୨ ଦିନ ଧରି ହିସାବ କରି କରି ଟିମ୍‌ ହାଲିଆ ହୋଇପଡ଼ିଲାଣି। ଆଜି ବି ଚଢାଉ ଜାରି ରହିଛି। ।

Leave A Reply

Your email address will not be published.