କଟକ ମହାନଗର ନିଗମ ମେୟର ପଦ ପାଇଁ ମଇଦାନରେ ୨୧ ବର୍ଷୀୟ ଛାତ୍ର, ବଡ଼ ବଡ଼ ରାଜନେତାଙ୍କୁ ଟକ୍କର ଦେବାକୁ ଦାଖଲ କଲେ ନାମାଙ୍କନ

କଟକ(କେନ୍ଯୁଜ୍): ମେୟର ପଦ ପାଇଁ ମଇଦାନରେ ୨୧ ବର୍ଷୀୟ ଛାତ୍ର । କଟକ ମହାନଗର ନିଗମର ମେୟର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଆଇନ ଛାତ୍ର ଓମ ପ୍ରକାଶ ପଣ୍ଡା । ଆତ୍ମବିଶ୍ୱାସ ଏବଂ ଦୃଢମନୋବଳକୁ ଆୟୁଧ କରି ବଡ଼ ବଡ଼ ରାଜନେତାଙ୍କୁ ଟକ୍କର ଦେବାକୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ।
ସୂଚନା ଥାଉକି, ପୌର ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ। ଏଥିପାଇଁ ବିଭିନ୍ନ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି। ଦଳ ପକ୍ଷରୁ ଗୋଟିକ ପରେ ଗୋଟିଏ ପୌରଧ୍ୟକ୍ଷ, ମେୟର, କର୍ପୋରେଟର ଏବଂ କାଉନସିଲରଙ୍କ ନାଁ ଘୋଷଣା କରାଯାଉଛି।
ଗତକାଲି ସଂନ୍ଧ୍ୟା ସୁଦ୍ଧା ରାଜ୍ୟରେ ବିଭିନ୍ନ ପୌରାଞ୍ଚଳ ଅଧ୍ୟକ୍ଷ ଓ ମେୟର ପାଇଁ ୧୮୯ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ସେହିପରି କର୍ପୋରେଟର ଓ କାଉନସିଲର ପଦ ପାଇଁ ୧୯୧୮ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ୧୦୬ ପୌରାଞ୍ଚଳ ଓ ତିନି ମହାନଗର ନିଗମର ଅଧ୍ୟକ୍ଷ ଏବଂ ମେୟର ପଦ ପାଇଁ ମାତ୍ର ୧୮୯ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ ହୋଇଛି।