ଲଗାତାର ୩ ହଜାର ତଳେ ରହିଛି ରାଜ୍ୟର ଦୈନିକ ସଂକ୍ରମଣ: ୨୪ ଘଣ୍ଟାରେ ୨ହଜାର ୧୦୬ ପିଜିଟିଭ ଚିହ୍ନଟ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ଲଗାତାର ୩ ହଜାର ତଳେ ରହିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୨ହଜାର ୧୦୬ ପିଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ମୋଟ ପଜିଟିଭ ରେଟ୍ ରହିଛି ୩.୪୮ ପ୍ରତିଶତ । ଖୋର୍ଦ୍ଧାରୁ ସର୍ବାଧିକ ୪୨୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ସୁନ୍ଦରଗଡରୁ ୨୧୯, କଟକରୁ ୧୪୫, କେନ୍ଦ୍ରାପଡାରୁ ୭୬ ନୂଆ କେସ୍ ଆସିଛି । ୨୪ ଘଣ୍ଟାରେ ୬୦ ହଜାର ୪୮୩ ନମୁନା ପରୀକ୍ଷା ହୋଇଛି । ଆକ୍ଟିଭ୍ କେସ୍ ରହିଛି ୨୩ ହଜାର ୬୭୨ । ରାଜ୍ୟରେ ମୋଟ ପଜିଟିଭ୍ ସଂଖ୍ୟା ୧୨ ଲକ୍ଷ ୬୬ ହଜାର ୮୧୧କୁ ବୃଦ୍ଧି ପାଇଛି ।