ଭୟାବହ ଅଗ୍ନିକାଣ୍ଡ, ୮ଟି ପରିବାରର ୨୨ ବଖରା ଘର ଜଳିପୋଡ଼ି ପାଉଁଶ

ଗଞ୍ଜାମ(କେନ୍ଯୁଜ୍) : ଭୟାବହ ଅଗ୍ନିକାଣ୍ଡ। ଚାହୁଁ ଚାହୁଁ ଜଳିପୋଡି ଛାରଖାର ହୋଇଗଲା ୮ଟି ପରିବାରର ୨୨ବଖରା ଘର। କେବଳ ପିନ୍ଧା ଲୁଗା ଛାଡିଦେଲେ ଲୋକଙ୍କ ପାଖରେ ଆଉ କିଛି ନାହିଁ। ଗଞ୍ଜାମ ଜିଲ୍ଲା ସୋରଡ଼ା ଖଦାଳସାହିରେ ଘଟିଛି ଏହି ଅଗ୍ନିକାଣ୍ଡ। ଗତକାଲି ରାତିରେ ଜଣଙ୍କ ଘରୁ ପ୍ରଥମେ ନିଆଁ ଲାଗି ବ୍ୟାପି ଯାଇଥିଲା। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆୟତ କରିଥିଲା। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ସୋରଡ଼ା ବିଧାୟକ ବିପନ୍ନଙ୍କ ପାଇଁ ରନ୍ଧାଖାଦ୍ୟର ବ୍ୟବସ୍ଥା କରିଛନ୍ତି।