ଚୋରା ଚାଲାଣ ବେଳେ କଟକ ବାଲିକୁଦା ଛକରୁ ୨୨ କେଜି ଗଞ୍ଜେଇ ଜବତ, ୩ଗିରଫ

କଟକ : ଚୋରା ଚାଲାଣ ବେଳେ ୨୨ କେଜି ଗଞ୍ଜେଇ ଜବତ କରିଛି ରାଜ୍ୟ ଅବକାରୀ ଫ୍ଲାଇଙ୍ଗ ସ୍କ୍ଵାଡ । ଭୋର ୬ଟା ସମୟରେ କଟକ ବାଲିକୁଦା ଛକ ନିକଟରେ ଏହାକୁ ଜବତ କରାଯାଇଛି ।

ଏକ ଆଲଟୋ କାରରେ ଗଞ୍ଜେଇ ଯାଉଥିବା ଖବର ପାଇଁ ଅବକାରୀ ବିଭାଗ ଚଢ଼ାଉ କରିଥିଲା । ଗାଡି ଭିତରୁ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ କଳାହାଣ୍ଡି ମୋହନଗିରି ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.