ପୋଲିସ ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ, ୨୨ ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର କରେଗୁଟା ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ  ହୋଇଛି ।  ସୁରକ୍ଷକର୍ମୀଙ୍କ ଗୁଳିରେ ୨୨ ମାଓବାଦୀ ନିହତ। ଆହୁରି ୨୦ ରୁ ୨୨ ମାଓବାଦୀ ନିହତ ହୋଇଥିବା ଆଶଙ୍କା କରୁଛି ସୁରକ୍ଷକର୍ମୀ ।

ସର୍ଚ୍ଚ ଅପରେସନ ଜାରି ରହିଛି ।  ଘଟଣା ସ୍ଥଳରୁ ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ସୁରକ୍ଷକର୍ମୀ ।  ଏବବି ଗୁଳିବିନିମୟ ଜାରି ରହିଛି । DRG, STF,CRPF ର କୋବ୍ରା ମିଳିତ ଭାବେ ଦଶ ହଜାର ରୁ ଉର୍ଦ୍ଧ୍ବ ଜବାନ ଅପରେସନରେ ସାମିଲ ହୋଇଛନ୍ତି ।

ଦୀର୍ଘ ୧୫ଦିନ ଅପରେସନ ପରେ ବଡ଼ ସଫଳତା ମିଳିଛି ସୁରକ୍ଷକର୍ମୀଙ୍କୁ ।  ଛତିଶଗଡ଼ ସରକାରଙ୍କ ସମେତ ପୁଲିସ ବିଭାଗର ଏବଂ ସିଆରପିଏଫର ଉଚ୍ଚ ପଦାଧିକାରୀମାନେ ଏହି ଘଟଣା ଉପରେ ନଜର ରଖିଥିବା କହିଛନ୍ତି । ଗତ କିଛି ଦିନ ମଧ୍ୟରେ କାରେଗଟ୍ଟା ଜଙ୍ଗଲରୁ ୨୫୦ଟି ଲ୍ୟାଣ୍ଡମାଇନ ଉଦ୍ଧାର କରାଯାଇଛି ।

Also read: ଜମ୍ମୁ କଶ୍ମୀର ବାରମୁଲାରେ ସେନା-ଆତଙ୍କୀ ଗୁଳିବିନିମୟ, ୨ ଆତଙ୍କୀ ନିପାତ