ସାଧାରଣତନ୍ତ୍ର ଦିବସରେ ଓଡ଼ିଶାର ୨୨ ଜଣ ପାଇବେ ପୋଲିସ୍ ମେଡାଲ

ଭୁବନେଶ୍ବର(କେନ୍ଯୁଜ୍): ସାଧାରଣତନ୍ତ୍ର ଦିବସ ଅବସରରେ ପୋଲିସ ସାହସିକତା ପୁରସ୍କାର ଘୋଷଣା। ଦେଶର ୯୩୯ ଜଣ ପୋଲିସ କର୍ମଚାରୀଙ୍କୁ ଦିଆଯିବ ପୁରସ୍କାର। ଓଡ଼ିଶାର ୨୨ ଜଣ ପାଇବେ ପୋଲିସ ମେଡାଲ। ୯ ଜଣଙ୍କୁ ମିଳିବ ସାହସିକତା ପୋଲିସ ମେଡାଲ। ଉଲ୍ଲେଖନୀୟ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ମେଡାଲ ପ୍ରଦାନ କରାଯିବ।

୧୧ ଜଣଙ୍କୁ ପ୍ରଶଂସନୀୟ ସେବା ପାଇଁ ପୋଲିସ ମେଡାଲ ଦିଆଯିବ। ଉଲ୍ଲେଖନୀୟ ସେବା ପାଇଁ ଭୁବନେଶ୍ୱର ADCP ପ୍ରାଣକୃଷ୍ଣ ରାଉତ ଓ କଟକର କନେଷ୍ଟବଳ ପ୍ରଦୀପ କୁମାର ମହାନ୍ତିଙ୍କୁ ରାଷ୍ଟ୍ରପତି ପୋଲିସ ମେଡାଲ ପ୍ରଦାନ କରାଯିବ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.