ଠିକ୍‌ ବର୍ଷେ ତଳେ ଚାଲି ଯାଇଥିଲେ ମାଆ, ଏବେ ଅକାଳରେ ସଡ଼କ ଦୁର୍ଘଟଣାରେ ଚାଲିଗଲା ଝିଅର ଜୀବନ

ଜଗତସିଂହପୁର: ଜଗତସିଂହପୁର: ମ୍ରୁତ୍ଯୁ ଏମିତି ଏକ ସତ ଯାହାକୁ ସ୍ବିକାର କରିବା ବହୁତ କଷ୍ଟ । ଜନ୍ମ ମାତ୍ରକେ ମ୍ରୁତ୍ଯୁ ତ ନିହାତୀ କିନ୍ତୁ ଅକାଳ ମ୍ରୁତ୍ଯୁ ସତରେ ଭାରି କଷ୍ଟଦାୟକ । ଯାହାକୁ ସହଜରେ ଗ୍ରହଣ କରିବା ଅସମ୍ଭବ । ଏମିତି ଏକ ଖବର ଆସି ପହଁଚିଛି ରଘୁନାଥପୁରରୁ । ଗତବର୍ଷ ଠିକ୍‌ ଏହି ସମୟରେ ମାଆଙ୍କର ଆକସ୍ମିକ ମୃତ୍ୟୁ ହୋଇଥିବାବେଳେ ଗତକାଲି ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ଝିଅର ଜୀବନ। ଆଖି ସାମ୍ନାରେ ଘରର ଅଲିଅଳି ଝିଅକୁ ହରାଇ ଏବେ ଭାଙ୍ଗି ପଡିଛି ସାରା ପରିବାର ।

ସୂଚନା ମୁତାବକ, ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଅକାଳରେ ଚାଲିଯାଇଛି ଜଣେ ୨୨ ବର୍ଷୀୟା ଛାତ୍ରୀଙ୍କ ଜୀବନ। ବୁଧବାର ଅପରାହ୍ନରେ କଟକ-ପାରାଦୀପ ରାସ୍ତାର କିଶନନଗର ଥାନା ଅନ୍ତର୍ଗତ ତତଲାପଦାଠାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ରଘୁନାଥପୁରର ଅନିରୁଦ୍ଧ ସାମନ୍ତଙ୍କ ଝିଅ ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଝିଆରୀ ଅନିନ୍ଦିତା ନିଜ ଘରକୁ ସ୍କୁଟିରେ ଫେରୁଥିଲେ। ତତଲାପଦାଠାରେ ସାମ୍ନା ପଟୁ ଆସୁଥିବା ଏକ କାର ତାଙ୍କୁ ଧକ୍କା ଦେଇଥିଲା।

ପାରାଦୀପ ପଟୁ ଆସୁଥିବା କାରଟି ଏକ ଟ୍ରକକୁ ଓଭରଟେକ୍‌ କରିବାକୁ ଯାଇ ଅନିନ୍ଦିତାଙ୍କ ସ୍କୁଟିକୁ ସାମ୍ନାରୁ ଧକ୍କା ଦେଇଥିଲା । ଖୁବ୍ ଭୟାନକ ଥିଲା ଏହି ଦୁର୍ଘଟଣା । ଯାହାଫଳରେ ଘଟଣାସ୍ଥଳରେ ହିଁ ଅନିନ୍ଦିତାଙ୍କ ପ୍ରାଣବାୟୁ ଉଡିଯାଇଥିଲା। ଆଉ ଅଧା ବାଟରେ ରହିଗଲା ତାଙ୍କର ଘରକୁ ଫେରିବାର ଯାତ୍ରା । ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳର ଶୋକର ଛାୟା ଖେଳିଯାଇଥିବାବେଳେ, ଦୁର୍ଘଟଣାକୁ ନେଇ ତଦନ୍ତ କରୁଛି ପୋଲିସ୍ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.