୧୯୯୯ ଅକ୍ଟୋବର ୨୯ ତାରିଖ: ଓଡ଼ିଶାବାସୀଙ୍କ ପାଇଁ ଅବିସ୍ମରଣୀୟ ଦିନ, ଆଜି ‘ମହାବାତ୍ୟା’କୁ ପୂରିଲା ୨୨ ବର୍ଷ

ଭୁବନେଶ୍ବର(କେନ୍ଯୁଜ୍): ୧୯୯୯ ଅକ୍ଟୋବର ୨୯ ତାରିଖ । ରାଜ୍ୟବାସୀଙ୍କ ପାଇଁ ଏକ ଅବିସ୍ମରଣୀୟ ଦିନ । ଆଜି ମହାବାତ୍ୟାକୁ ପୂରିଛି ୨୨ ବର୍ଷ । ହେଲେ ଏବେ ବି ସେଦିନର ଦୃଶ୍ୟ ଆଖି ସାମ୍ନାକୁ ଆସିଲେ ଭୟରେ ଶିହରି ଉଠୁଛନ୍ତି କେନ୍ଦ୍ରପଡାବାସୀ । ବାସହୀନ ହୋଇଥିଲେ ଲକ୍ଷାଧିକ ଲୋକ । ପ୍ରାଣ ହରାଇଥିଲେ ଅନେକ ଲୋକ । ତେବେ ଇତି ମଧ୍ୟରେ ଜିଲ୍ଲା ଅନେକ ପରିବର୍ତନ ଦେଖିବାକୁ ମିଳିଛି ।

୧୯୯୯ ଅକ୍ଟୋବର ମାସ ଆଜିର ଦିନରେ ପ୍ରଳୟ ରଚିଥିଲା ମହାବାତ୍ୟା । ଓଡ଼ିଶା ଇତିହାସରେ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ । ସବୁଠାରୁ ଶକ୍ତିଶାଳୀ ସାମୁଦ୍ରିକ ଝଡ । ସେଦିନର ପ୍ରଳୟଙ୍କାରୀ ବାତ୍ୟା କେନ୍ଦ୍ରାପଡାରେ ରଚିଥିଲା ତାଣ୍ଡବ ଲୀଳା । ଆଜି ଯେଉଁଠି ଜନବସତି ଦେଖୁଛନ୍ତି, ସେଠି ସେଦିନ ଥିଲା ୮ ରୁ ୧୦ ଫୁଟର ପାଣି । ତେବେ ସେ ଦିନ ଆଜି ନାହିଁ ସତ ହେଲେ ସେହି ବିଭୀଷିକା ଏବେବି ମନରେ ସୃଷ୍ଟି କରୁଛି ଅଜଣା ଭୟ ।

ଏହା ମଧ୍ୟରେ ଅନେକ ବଦଳିଛି କେନ୍ଦ୍ରପଡା । ୨୨ ବର୍ଷ ତଳେ ଗୋଟିଏ ବି ବାତ୍ୟା ଆଶ୍ରୟସ୍ଥଳ ନ ଥିଲା, ହେଲେ ଆଜି ୧୧୭ ଟି ବାତ୍ୟା ଆଶ୍ରୟସ୍ଥଳ ରହିଛି । ୧୯ ଟି ନୂଆ ତିଆରି ହେଉଛି । ସମସ୍ୟା ସମୟରେ ଯଥେଷ୍ଟ ପୂର୍ବରୁ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ପହଞ୍ଚି ପାରୁଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.