ଆଜି ରାଜ୍ୟରେ ସର୍ବାଧିକ ୨୨୫ ଟି କରୋନା ପଜିଟିଭ ଚିହ୍ନଟ, ୩୭୨୩ ଛୁଇଁଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଆଜି ରାଜ୍ୟରେ ସର୍ବାଧିକ ୨୨୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭୨୩ ଛୁଇଁଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ । ଏମାନଙ୍କ ମଧ୍ୟରୁ ୧୯୬ ଜଣ କ୍ଵାରିଣ୍ଟିଂନ ସେଣ୍ଟରର ଥିବା ବେଳେ ବାକି ୨୯ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାଯାଇଛି । ରାଜ୍ୟରେ ଏଯାବତ ୧୨୩୬ ଟି ଆକ୍ଟିଭ କେଶ ଥିବା ବେଳେ ୨୪୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଆଜି ୧୬ ଟି ଜିଲ୍ଲାରୁ ୨୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ସର୍ବାଧିକ ୯୨ ଜଣ ଅଛନ୍ତି । ସଂକ୍ରାମିତଙ୍କ ମଧ୍ୟରୁ ଜଗତସିଂହପୁରରୁ ୧୩ ଜଣ, ଖୋର୍ଦ୍ଧରୁ ୧୯ଜଣ, ନୟାଗଡରୁ ୭ ଜଣ, ଢେଙ୍କାନାଳରୁ ୭ ଜଣ ଅଛନ୍ତି । ଅନ୍ୟ ପକ୍ଷରେ ବାଲେଶ୍ଵରରୁ ୨ଜଣ, ଅନୁଗୁଳରୁ ଜଣେ , ଭଦ୍ରକ ଜିଲ୍ଲାରୁ ୫ଜଣ, କନ୍ଧମାଳରୁ ୧୫ଜଣ, କଳାହାଣ୍ଡିରୁ ୩ଜଣ ଅଛନ୍ତି । ଯେବେକି ଗଂଜାମ ଜିଲ୍ଲାରୁ ୨୦ଜଣ, ସୁନ୍ଦରଗଡରୁ ଜଣେ ଲେଖାଏଁ ଅଛନ୍ତି ।

ଯେବେକି, ପୁରୀରୁ ୧୫ଜଣ, ବଲାଙ୍ଗୀରରୁ ୧୨ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୪ ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୯ ଜଣ ଅଛନ୍ତି । କହିରଖିବା ଉଚିତ ହେବକି, ୧୨୦ସୁସ୍ଥ ହୋଇଛନ୍ତି । ଏଯାବତ ରାଜ୍ୟରେ ୧୯୬୪୫୬ଟି ପଜିଟିଭ ଟେଷ୍ଟ ସରିଛି ।

You might also like