କରୋନା ସଂକ୍ରମଣ ୨ ହଜାର ଟପିଲା, ଆଜି ୨୨୬୭ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ୨ ହଜାର ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା। ଆଜି ଆଉ ୨୨୬୭ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଓ ୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି କ୍ୱାରେଣ୍ଟାଇନ୍‌ରେ ଅଛନ୍ତି ୧୩୧୪ ଓ ଲୋକାଲ କଣ୍ଟାକ୍ଟ ୯୫୩ ବୋଲି ଜଣାପଡ଼ିଛି। ସୁନ୍ଦରଗଡ଼ରେ ସର୍ବାଧିକ ୪୫୮ କେସ୍‌ ଥିବା ବେଳେ ଖୋର୍ଦ୍ଧାରେ ୩୪୮। ଅନ୍ୟପଟେ ଆଜି ସୁସ୍ଥ ହୋଇଛନ୍ତି ୫୨୩।

ଏବେ ଯାଏଁ ରାଜ୍ୟରେ ୯୪,୬୧,୭୨୦ ଟେଷ୍ଟ ହୋଇଥିବା ବେଳେ ମୋଟ ସଂକ୍ରମିତ ହୋଇଛନ୍ତି ୩,୫୫,୩୫୩ ଜଣ ଓ ସୁସ୍ଥ ହୋଇଛନ୍ତି ୩,୪୧,୧୨୩ ଜଣ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.