ରାଜ୍ୟରେ ପଡ଼ିଲାଣି ଶୀତ: ୨୩ ସହରରେ ରାତ୍ରି ତାପମାତ୍ରା ୨୦ ଡିଗ୍ରୀ ତଳେ ରେକର୍ଡ

ଭୁବନେଶ୍ୱର(କେନ୍ୟୁଜ୍): ରାଜ୍ୟରେ ପଡ଼ିଲାଣି ଶୀତ । ୨୩ ସହରରେ ରାତ୍ରି ତାପମାତ୍ରା ୨୦ ଡିଗ୍ରୀ ତଳେ ରେକର୍ଡ ହୋଇଛି । କନ୍ଧମାଳ ଜିଲ୍ଲାର ଜି. ଉଦୟଗିରିରେ ୧୨.୪ ଡିଗ୍ରୀ ଏବଂ କୋରାପୁଟ ସିମିଳିଗୁଡ଼ାରେ ୧୨.୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଦାରିଙ୍ଗବାଡ଼ି ୧୩.୫ ଡିଗ୍ରୀ, କୋରାପୁଟରେ ୧୪.୫ ଡିଗ୍ରୀ, ଛତ୍ରପୁର, ସୋନପୁର, ବୌଦ୍ଧ, ଫୁଲବାଣୀ ଠାରେ ରାତ୍ରି ତାପମାତ୍ରା ୧୫ ଡିଗ୍ରୀ ରେକର୍ଡ ।

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡରେ ପାଦ ଥାପିଛି ଶୀତ । ରାତିରେ ଖସୁଛି ତାପମାତ୍ରା । କୁହୁଡ଼ି ବି ପଡ଼ିଲାଣି । କରଞ୍ଜିଆ ଉପକଣ୍ଠର ଶୁକୃଳି, ରରୁଆ ଅଞ୍ଚଳରେ ପ୍ରବଳ କୁହୁଡ଼ି ପଡ଼ିଛି । କିଛି ସ୍ଥାନରେ ରାସ୍ତାଘାଟ ବି ଦୃଶ୍ୟମାନ ହେଉନି । ଥଣ୍ଡାରୁ ରକ୍ଷା ପାଇବାକୁ ନିଆଁ ପୁଇଁ ହେଉଛନ୍ତି ଲୋକ । ତେବେ ୩୦ ତାରିଖ ଯାଏ ପାଗ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ୩୧ ଓ ୧ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.