ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ ଭ୍ୟାନ୍, ଅଳ୍ପକେ ବର୍ତ୍ତିଲେ ୨୩ ପିଲା

ନରସିଂହପୁର  : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ ଭ୍ୟାନ୍ । ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ । କଟକ ଜିଲ୍ଲା ଯୋଡୁମୁ ଥାନା ଜିଲିଣ୍ଡାରେ ଘଟିଛି ଦୁର୍ଘଟଣା । ଶିଶୁ ମନ୍ଦିର ସ୍କୁଲର ଛାତ୍ରଛାତ୍ରୀଙ୍କୁ ନେଇ ଫେରୁଥିବା ବେଳେ କଟକ କାମଳାଦିହ ମୁଖ୍ୟ ରାସ୍ତା ଚକାମୁଣ୍ଡା ଠାରେ ଭାରସାମ୍ୟ ଭ୍ୟାନଟି ଓଲଟି ପଡ଼ିଥିଲା । ଏଥିରେ ବସିଥିବା ୨୩ ଜଣ ପିଲାମାନେ ସୁରକ୍ଷିତ ଥିବା ସୂଚନା । ଘଟଣାସ୍ଥଳରୁ ସେମାନଙ୍କୁ ଉଦ୍ଧାର କରାଯାଇ ଯୋଡୁମୁ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଇବା ପରେ ଘରକୁ ଛାଡ଼ି ଦିଆଯାଇଥିବା ସୁଚନା ।