କେନ୍ୟୁଜ୍ (ବ୍ୟୁରୋ): ରାଜ୍ୟରେ ପୁଣି ୨୪ କରୋନା ଆକ୍ରାନ୍ତ ସୁସ୍ଥ । ଏମାନଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମ- ୧୯, ଯାଜପୁର- ୩, ବାଲେଶ୍ୱର- ୨। ବର୍ତ୍ତମାନ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ସଂଖ୍ୟା ୨୨୦ରେ ପହଞ୍ଚିଲା ବୋଲି ସ୍ବାସ୍ଥ୍ୟ ବିଭାଗ ଟ୍ବିଟ କରି ସୂଚନା ଦେଇଛି।
Another 24 patients have recovered from COVID-19 and are being discharged.
19 are from Ganjam.
3 are from Jajpur
2 are from Balasore
The number of recovered cases of Odisha now stands at 220.
— H & FW Dept Odisha (@HFWOdisha) May 17, 2020
ଗଂଜାମରେ ସମୁଦାୟ ୨୯୨ ଜଣ ସଂକ୍ରମିତ ହୋଇଛନ୍ତି। ଏବେ ସୁଦ୍ଧା ୪୯ ଜଣ ସୁସ୍ଥ ହୋଇଛନ୍ତି। ସୁସ୍ଥ ସଂଖ୍ୟା ବାଦ ଦେଲେ ୨୪୧ ଆକ୍ଟିଭ କେଶ ରହିଛି ଓ ୨ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଯାଜପୁରରେ ୧୨୧ ଜଣ ସଂକ୍ରମିତ ହୋଇଛନ୍ତି। ଏବେ ସୁଦ୍ଧା ୫୫ ଜଣ ସୁସ୍ଥ ହୋଇଛନ୍ତି। ଆଉ ୬୬ଟି ଆକ୍ଟିଭ କେଶ ରହିଛି।
ସେହିପରି ବାଲେଶ୍ୱରରେ ୧୧୯ ଜଣ ସଂକ୍ରମିତ ହୋଇଛନ୍ତି। ୨୪ ଜଣ କରୋନାରୁ ସୁସ୍ଥ ହୋଇଥିବା ବେଳେ ଆଉ ୯୫ଟି ଆକ୍ଟିଭ କେଶ ରହିଛି।
ରାଜ୍ୟରେ ପୁଣି ୯୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୧୫ ଚିହ୍ନଟ (ମୋଟ-୨୯୨), ଭଦ୍ରକରେ ୨୮(ମୋଟ-୭୪), ବାଲେଶ୍ୱରରେ ୧୭(ମୋଟ-୧୧୯) ଚିହ୍ନଟ ହୋଇଥିବା ବେଳେ କେନ୍ଦ୍ରାପଡ଼ାରେ ଜଣେ ଚିହ୍ନଟ (ମୋଟ-୨୭) ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୨୮ରେ ପହଞ୍ଚିଛି। ୪ ଜଣଙ୍କ ମୃତ୍ୟୁ ହୋଇଛି।