ଦେଶରେ  ଚାଲିଛି ୨୪ଟି ଫେକ୍ ୟୁନିଭର୍ସିଟି, ଓଡିଶାର ଅଛି ଦୁଇଟି, ଜାଣନ୍ତୁ କେଉଁ ୟୁନିଭର୍ସିଟି

ଭୁବନେଶ୍ବର(କେନ୍ୟୁଜ୍): ସରକାରଙ୍କ ଭୂଆଁ ବୁଲାଇ ଦେଶରେ  ଚାଲିଛି ୨୪ଟି ଫେକ୍ ବା ଜାଲ୍ ୟୁନିଭର୍ସିଟି। ଆଜି ୟୁନିଭର୍ସିଟି ଗ୍ରାଣ୍ଟ କମିସନ (ୟୁଜିସି) ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ ଏଭଳି ସଂଘାତିକ ସୂଚନା ଦିଅଯାଇଛି।  ଏହା ସହ  ଏହି ସବୁ  ‘ଆତ୍ମଘୋଷିତ’ ଓ ‘ଅଣସ୍ୱୀକୃତ’ ବିଶ୍ୱବିଦ୍ୟାଳୟଗୁଡ଼ିକର ତାଲିକା ମଧ୍ୟ ପ୍ରକାଶ କରିଛି ୟୁଜିସି। ଏଥିରେ ଓଡ଼ିଶାର ୨ଟି   ଉତ୍ତରପ୍ରଦେଶରେ ସର୍ବାଧିକ ୮ଟି ବିଶ୍ବବିଦ୍ୟାଳୟ ରହିଛି। ଦିଲ୍ଲୀରେ ୭ଟି, କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ ପୁଡ଼ୁଚେରିରେ ଗୋଟିଏ ଲଖାଏଁ ଜାଲି ବିଶ୍ୱବିଦ୍ୟାଳୟ ରହିଥିବା ଜାଣିବାକୁ ମିଳିଛି। ଏଥିସହ ଏହି ସମସ୍ତ ଜାଲି ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ନାମ ନ ଲେଖାଇବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ସାବଧାନ କରି ଦେଇଛି ୟୁଜିସି।

ଓଡ଼ିଶା ଓ ପଶ୍ଚିମବଙ୍ଗଳାରେ ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ ଅଫ୍‌ ଅଲଟରନେଟିଭ୍‌ ମେଡ଼ିସିନ୍‌ ଆଣ୍ଡ ରିସର୍ଚ୍ଚ ସମେତ ୨ଟି ଜାଲି ବିଶ୍ୱବିଦ୍ୟାଳୟର ଥିବା ବେଳେ ରାଉରକେଲା ଠାରେ ନବଭାରତ ଶିକ୍ଷା ପରିଷଦ ଏବଂ ନର୍ଥ ବାରିପଦାରେ ଓଡ଼ିଶା ୟୁନିଭର୍ସିଟି ଅଫ୍‌ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି ଅଛି।

Leave A Reply

Your email address will not be published.