ଭୁଶୁଡ଼ୁଛି ଲାଲଗଡ଼, ଆତ୍ମସମର୍ପଣ କଲେ ୨୪ ହାର୍ଡକୋର ମାଓବାଦୀ

ମାଲକାନଗିରି: ଭୁଶୁଡ଼ୁଛି ଲାଲଗଡ଼ । ଆତ୍ମସମର୍ପଣ କଲେ ୨୪ ହାର୍ଡକୋର ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର SPଙ୍କ ନିକଟରେ ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି । ହାର୍ଡକୋର ମାଓବାଦୀମାନେ ପୂର୍ବ-ବସ୍ତର ଡିଭିଜନ ଭୈରମଗଡ଼ ଏରିଆ କମିଟିର । ସମସ୍ତଙ୍କ ନାଁରେ ୨୮ ଲକ୍ଷ ଟଙ୍କାର ପୁରସ୍କାର ଥିଲା । ଛତିଶଗଡ଼ ସରକାରଙ୍କ ପୁନର୍ବାସ ଯୋଜନାରେ ଆକର୍ଷିତ ହୋଇ ୨୪ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇଦେବାକୁ ବିଜାପୁର SP ଜିତେନ୍ଦ୍ର ଚୌହ୍ବାନ କହିଛନ୍ତି ।
ଆହୁରି ପଢ଼ନ୍ତୁ : ପେଟ୍ରୋଲ ପମ୍ପରେ ବନ୍ଧା ପଡ଼ିଛି ଆମ୍ବୁଲାନ୍ସ, ତେଲ ପକାଇବାକୁ ଯାଇ ପେମେଣ୍ଟ ନଦେବାରୁ ଟାଙ୍କି ମାଲିକ ଅଟକ ରଖିଛି