ଭୁବନେଶ୍ୱର (କେନ୍ୟୁଜ): ଶ୍ରାବଣରେ ତାତିରୁ ମିଳିପାରେ ତ୍ରାହି। ୨୪ ଘଣ୍ଟାରେ ପାଗ ପରିବର୍ତ୍ତନ ସହ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୫ରେ ବଢିବ ବର୍ଷା ପରିମାଣ। ୬ରେ ମୌସୁମୀ ବର୍ଷାରେ ଭିଜିପାରେ ସଂପୂର୍ଣ୍ଣ ଓଡିଶା। ୫ ଜିଲ୍ଲାକୁ ଅତିପ୍ରବଳ ଓ ୧୪ ଜିଲ୍ଲାକୁ ପ୍ରବଳ ବର୍ଷା ସମ୍ଭାବନା ପାଇଁ ଚେତାବନୀ ଜାରି କରାଯାଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛିି।
୧୮ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ସହ ବଜ୍ରପାତ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଜୁନ୍ ୧ରୁ ଅଗଷ୍ଟ ୨ ମଧ୍ୟରେ ୧୦ ପ୍ରତିଶତ ନିଅଣ୍ଟିଆ ବର୍ଷା। ଏଯାଏ ନିଅଣ୍ଟିଆ ବର୍ଷା ବଳୟରେ ୭ ଜିଲ୍ଲା ରହିଛି। ଜୁନ୍ ପହିଲାରୁ ଅଗଷ୍ଟ ପହିଲା ମଧ୍ୟରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇଛି।