କେନ୍ଦୁକଟା ଛକରୁ ୨୪ କେଜି ଗଞ୍ଜେଇ ସହ କାର୍ ଜବତ, ଜଣେ ଗିରଫ

ରେଢାଖୋଲ: ରେଢ଼ାଖୋଲ ବ‌ଉଦ ରାସ୍ତାର କେନ୍ଦୁକଟା ଛକରୁ ପୋଲିସ୍ ପକ୍ଷରୁ ଚଢାଉ । ୨୪ କେଜି ଗଞ୍ଜେଇ ସହ ଏକ ହୋଣ୍ଡା ଆମେଜ କାର୍ ଜବତ । ଜଣେ ମାଫିଆକୁ ଗିରଫ କରି ଗୁରୁବାର ସଂଧ୍ୟାରେ କୋର୍ଟ ଚାଲାଣ କରିଛି ରେଢ଼ାଖୋଲ ପୋଲିସ୍ । ଗିରଫ ମାଫିଆ ଜଣକ ହେଲେ ବ‌ଉଦ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ସଲେଇପଦା ଗ୍ରାମର ରଞ୍ଜନ ମହାକୁଡ଼ ।

ସେ ଗଞ୍ଜେଇ ଚାଲାଣ କରୁଥିବା ରେଢ଼ାଖୋଲ ପୋଲିସ୍ ଖବର ପାଇ ବ‌ଉଦ ରେଢ଼ାଖୋଲ ରାସ୍ତାର କେନ୍ଦୁକଟା ଛକ ଠାରୁ ତାରେଣୀ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ନାକା ବନ୍ଦି କରିଥିଲା । ଗାଡିମଟର ସବୁ ଯାଞ୍ଚ କରାଯାଇଥିଲା  । ଯାଞ୍ଚ ପରେ ଏକ କାରରୁ ଗଞ୍ଜେଇ ମିଳିବା ପରେ ପୋଲିସ୍ ଏହାକୁ ଜବତ କରି କେସ ନଂ ୯୨/୨୫ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଚନ୍ଦ୍ର ମୋହନ ସିଂ ସୂଚନା ଦେଇଛନ୍ତି ।

ଆହୁରି ପଢନ୍ତୁ: ସୁବର୍ଣ୍ଣପୁର ଡୁଙ୍ଗୁରିପାଲି କଲେଜ ପଛପଟ ଇଟାଭାଟି ଅଞ୍ଚଳରେ ଫୁଟିଲା ଗୁଳି, ଜଣେ ଗୁରୁତର