ବରଗଡ଼ରେ ଗଡୁନି ଘରୋଇ ବସ୍ , ୨୪ ଘଣ୍ଟିଆ ଆନ୍ଦୋଳନ

ବରଗଡ଼(କେନ୍ଯୁଜ୍) : ବରଗଡ଼ରେ ଗଡୁନି ଘରୋଇ ବସ୍ । ନୂଆ ମାର୍କେଟ କମ୍ପଲେକ୍ସକୁ ପୁରୁଣା ବସ୍ଷ୍ଟାଣ୍ଡକୁ ସ୍ଥାନାନ୍ତରିତ କରିଥିବା ପ୍ରତିବାଦରେ ଆନ୍ଦୋଳନ। ବସ୍ ଚଳାଚଳ ବନ୍ଦ କରି ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ୨୪ ଘଣ୍ଟିଆ ଆନ୍ଦୋଳନ ଚାଲିଛି। ଫଳରେ ଯାତ୍ରୀମାନେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇନପାରି ହଇରାଣ ହେଉଛନ୍ତି। ପୂର୍ବରୁ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା।