ଅଚିହ୍ନା ଗାଁରେ ଚିହ୍ନା ଠାକୁର: ଦାରୁ କ୍ଷେତ୍ର ଦଧିମାଛଗାଡ଼ିଆରେ ଅନୁଷ୍ଠିତ ହୋଇଯାଇଛି ୨୪ତମ ବିଶ୍ବଶାନ୍ତି ମହାଯଜ୍ଞ

ଟାଙ୍ଗୀ(କେନ୍ୟୁଜ୍‌): ଦଧିମାଛଗାଡ଼ିଆ ସ୍ଥିତ ଦାରୁକ୍ଷେତ୍ରରେ ଠାକୁରଙ୍କ ୨୪ତମ ବାର୍ଷିକ ଉତ୍ସବ ସହ ବିଶ୍ବଶାନ୍ତି ମହାଯଜ୍ଞ ମହାଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ପୂର୍ହ୍ନାହୁତି ଦିବସରେ ଓଡିଶା ହାଇକୋର୍ଟ ର ମୁଖ୍ଯ ବିଚାରପତି ବିରଜା ପ୍ରସନ୍ନ ଶତପଥୀ ଯୋଗ ଦେଇଥିଲେ । ୧୯୯୬ମସିହା ନବ କଳେବର ପାଇଁ ଏଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଗ୍ର ପାଇଁ ଦାରୁ ଚୟନ ହୋଇଥିଲା ।

ଖୋର୍ଦ୍ଧା ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥ ଭୁବନେଶ୍ୱର ରୁ ବ୍ରହ୍ମପୁର ଆଡ଼କୁ ଗଲାବେଳେ ଦଧିମାଛଗାଡିଆ ଛକ ଆସିବ । ଛକରୁ ପଶ୍ଚିମ ପଟକୁ ଏକ ପିଚୁ ରାସ୍ତା ଲମ୍ବି ଯାଇଛି । ସେହି ରାସ୍ତାରେ ୨କିମି ଗଲା ପରେ ରାସ୍ତାର ଡାହାଣ ପାର୍ଶ୍ବରେ ଏକ ଦାରୁ କ୍ଷେତ୍ର ନାମ ଫଳକ ଆସିବ । ସେଠାରୁ ମାଟି ରାସ୍ତାରେ କିଛି ବାଟ ଗଲାପରେ ଦଧିମାଛଗାଡ଼ିଆ ସ୍ଥିତ ଦାରୁକ୍ଷେତ୍ର ପହଂଚିଯିବେ ।

ଦିନ ଥିଲା ଦଧିମାଛଗାଡ଼ିଆ ଅଚିହ୍ନା ଗାଁ ଥିଲା । କାହାଁ ଭାହାଁ ଲୋକେ ଜାଣିଥିଲେ ଏହି ଗାଁ କୁ । ୧୯୯୬ ମସିହାର ଯୋଡ଼ା ଆଷାଢ଼ରେ ମହାପ୍ରଭୁଙ୍କ ନବକଳେବର ନୂତନ ବିଗ୍ର ପାଇଁ ମା ମଙ୍ଗଳାଙ୍କ ସୋପ୍ନାଦେଶ ପରେ । ସେହି ଅଚିହ୍ନା ଗାଁରେ ମହା ପ୍ରଭୁଙ୍କ ଦାରୁ ଚିହ୍ନଟ ହେଲେ । ଏହି ଖବର ଯେତେ ବେଳେ କ୍ଷିପ୍ର ଗତିରେ ପ୍ରଘଟ ହେଲା ଅଚିହ୍ନା ଗାଁ ରେ ଚିହ୍ନା ଠାକୁରଙ୍କ ଆର୍ବିଭାବ । ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା ସେଠାରେ । ଅଜଣା ଅଶୁଣା ସ୍ଥାନଟି ହୋଇଥିଲା ଉତ୍ସବ ମୁଖର । ଏହା ପରେ ଠାକୁରଙ୍କ ସୋପ୍ନାଦେଶ ପରେ ଦାରୁ ଚିହ୍ନଟ ସ୍ଥାନରେ ନିର୍ମାଣ ହେଲା ଲୀଳାମୟ କାଳିଆ ଠାକୁରଙ୍କ ମନ୍ଦିର । ସେହି ଦିନ ଠାରୁ ଦୀର୍ଘ ୨୪ ଧରି ନିରବଚ୍ଛିନ୍ନ ଭାବେ ପ୍ରତିବର୍ଷ ଏଠାରେ ଠାକୁରଙ୍କ ୨୪ତମ ବାର୍ଷିକ ଉତ୍ସବ ସହ ବିଶ୍ବଶାନ୍ତି ମହାଯଜ୍ଞ ମହାଡମ୍ବରରେ ଅନୁଷ୍ଠିତ ହୋଇ ଆସୁଅଛି ।

maha jagyan

ଦାରୁପ୍ରାପ୍ତ ପୀଠରେ ନିର୍ମିତ ପତିତପାବନ ଦେବଙ୍କ ପୀଠରେ ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପାରମ୍ପରିକ ରୀତିନୀତି ଅନୁଯାୟୀ ଏଠାରେ ମଧ୍ୟ ବାରମାସରେ ତେର ପର୍ବ ପାଳନ କରାଯାଏ । ପ୍ରତି ବର୍ଷ ଏହି ଯଜ୍ଞ ଅନୁଷ୍ଠାନରେ ବହୁ ପ୍ରତିଷ୍ଠିତ ବ୍ଯକ୍ତି ବିଶେଷ ଯୋଗ ଦିଅନ୍ତି । ପ୍ରତିଦିନ ନାମ ସଙ୍କୀର୍ତନ, ପ୍ରବଚନ,ରାମ ନାଟକ ପରିବେଷଣ ହୋଇଥାଏ । ତା ସହିତ ପ୍ରଥମ ଦିନ ଅଙ୍କୁରାରୋପଣ କରାଯାଇ ପ୍ରତିଦିନ ସକାଳେ ସୂର୍ଯ୍ଯ ପୂଜାରୁ ଆରମ୍ଭ କରାଯାଇ ବୈଦିକ ରୀତିରେ ପୂଜା କରିବା ସହ ପୂର୍ହ୍ନାହୂତି ଦିବସରେ ଓଡିଶା ହାଇକୋର୍ଟର ମୁଖ୍ଯ ବିଚାରପତି ବିରଜା ପ୍ରସନ୍ନ ଶତପଥୀ ଯୋଗ ଦେଇ ଯଜ୍ଞ ଅନୁଷ୍ଠାନରେ ଆହୂତି ଦେଇଥିଲେ । ଏହାପରେ ଗୋଡ଼ା ନାଚ, ନାଗା ନାଚ କରି ବିରାଟ ପଟୁଆରରେ ନଗର ପରିକ୍ରମା କରିଥିଲେ ।

କାଳିଆ ଠାକୁରର ଦର୍ଶନ ପାଇଁ ଏହି ପୀଠକୁ ଓଡ଼ିଶାର କୋଣ ଅନୁକୋଣରୁ ଶହ ଶହ ଭକ୍ତ ଶ୍ରଦ୍ଧାଳୁମାନେ ଛୁଟି ଆସୁଛନ୍ତି । ସେମାନଙ୍କ ମାନସିକ ପୂରଣ ହେଉଥିବା ମଧ୍ୟ ଅନେକ ଶ୍ରଦ୍ଧାଳୁମାନେ କୁହନ୍ତି । କିନ୍ତୁ ଏହି ପୀଠକୁ ଆସିବା ପାଇଁ ଏକ ଭଲ ରାସ୍ତା ନାହିଁ କି ଏଠାରେ ବିଶ୍ରାମ ପାଇଁ ମଧ୍ୟ କିଛି ବ୍ଯବସ୍ତା ନାହିଁ । ଯେଉଁଥି ପାଇଁ ନାନା ଅସୁବିଧା ହୁଏ । ଏଣୁ ସରକାର ଏଥି ପ୍ରତି ଦୃଷ୍ଟି ଦେଇ ଏହି ପୀଠର ବିକାଶ ପାଇଁ ଆଗେଇ ଆସିଲେ ଆହୁରି ଅଧିକା ପର୍ଯ୍ଯଟକ ଏଠାକୁ ଆସି ପାରନ୍ତେ ।

ଦାରୁ କ୍ଷେତ୍ର ଦଧିମାଛଗାଡ଼ିଆ ସ୍ଥିତ ଦାରୁକ୍ଷେତ୍ର ପତିତପାବନ ଦେବଙ୍କ ପୀଠକୁ ଏକ ପକ୍କା ରାସ୍ତା, ଏକ ବିଶ୍ରାମାଗର ସହ ଏହି ପୀଠକୁ ଓଡିଶା ପର୍ଯ୍ଯଟନ ସ୍ଥଳୀ ଭାବରେ ଘୋଷଣା କରିବାକୁ ସ୍ଥାନୀୟ ଜନସାଧାରଣ ଓ ଏଠାକୁ ଆସୁଥିବା ଶ୍ରଦ୍ଧାଳୁମାନେ ସରକାର ନିକଟରେ ଦାବୀ ରଖିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.