ଅଟୋ ସହ ଗଞ୍ଜେଇ ଜବତ, ଡ୍ରାଇଭର ଗିରଫ

କନ୍ଧମାଳ : ଅଟୋ ସହ ଗଞ୍ଜେଇ ଜବତ ହୋଇଥିବା ବେଳେ ଡ୍ରାଇଭରକୁ ଗିରଫ କରିଛି ପୋଲିସ I କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା କେଳାପଡା ପଟୁ ଏକ ଅଟୋରେ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ସୂତ୍ରରୁ ପୋଲିସକୁ ଖବର ମିଳିଥିଲା I ଫିରିଙ୍ଗିଆ ଥାନା ଅଧିକାରଙ୍କ ନିର୍ଦେଶ କ୍ରମେ ଥାନାର ଏକ ଟିମ ଫୁଲବାଣୀ ବାଲିଗୁଡା ରାସ୍ତାର ମାସରୀପଡା ଛକ ନିକଟରେ ଅପେକ୍ଷା କରିଥିଲେ I ଅଟୋ ସେଠାରେ ପହଂଚିବା ପରେ ଅଟୋକୁ ଯାଞ୍ଚ କରିଥିଲା ପୋଲିସ । ଯାଞ୍ଚ ବେଳେ ଅଟୋ ମଧ୍ୟରୁ ୨୫ କେଜି ଗଞ୍ଜେଇ ଜବତ କରିବା ସହ ଅଟୋ ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଫିରଙ୍ଗିଆ ଥାନାଧିକାରୀ ।

You might also like